ଅଜଣା ଗାଡ଼ି ଧକ୍କାରେ କୃଷ୍ଣସାର ମୃଗ ମୃତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଦିଗପହଣ୍ଡି ଆସିକା ମୁଖ୍ୟ ରାସ୍ତା ଭାଲିଆଝୋଳ ଛକ ନିକଟରେ ଘଟିଛି ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ମହିଳା କୃଷ୍ଣ ସାର ମୃଗ ମୃତୁ ଘଟିଛି। ସ୍ଥାନୀୟ ଲୋକ ଙ୍କ ଠାରୁ ଖବର ପାଇ ପାଟପୁର ସେକ୍ସନ ଅଧିକାରୀ ଅରୁଣ ଦାସ ଏବଂ ତାଙ୍କ ଟିମ୍ ପହଞ୍ଚି ବନ ବିଭାଗ ର ଗାଡି ରେ ଗୁରୁତର ଆହତ ଅବସ୍ଥାରେ ପ୍ରାଣୀ ଚିକିତ୍ସାଳୟ ରେ ଭର୍ତି କରିଥିଲେ କିନ୍ତୁ ପ୍ରାଣୀ ଚିକିତ୍ସା ଅଧିକାରୀ ମୃତୁ ଘୋଷଣା କରିଥିଲେ। ପରେ ମୃଗ ଟିକୁ ଶବ ବ୍ୟବଚ୍ଛେଦ କରି ପୋତି ଦିଆ ଯାଇଥିବା ସୁଚନା ଦେଇଛନ୍ତି ଦିଗପହଣ୍ଡି ରେଞ୍ଜର କାହୁଁ ଚରଣ ପଟ୍ଟ ନାୟକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ