କନ୍ଧମାଳ ଜିଲ୍ଲାର ସଫଳ ବନସୁରକ୍ଷା ସମିତିକୁ ବନ ବିଭାଗର ପ୍ରୋତ୍ସାହନ କାର୍ଯ୍ୟକ୍ରମ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତେଲି ମୁଣ୍ଡା କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ର ପରିସରରେ ଫିରିଙ୍ଗିଆ ବନାଞ୍ଚଳ ବନ୍ଧଗଡ଼ ସେକ୍ସନ ତରଫରୁ ସଫଳ ବନ ସୁରକ୍ଷା ସମିତିକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବନ୍ଧଗଡ଼ ବନପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବନ ଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପାଟିଲ, ସହକାରୀ ବନ ସଂରକ୍ଷକ ଫୁଲବାଣୀ ମଳୟ ରଞ୍ଜନ କାଲୋ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଆଞ୍ଚଳିକ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ବନ ବିଭାଗର ସଫଳ ବନ ସୁରକ୍ଷା ସମିତି ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଜଙ୍ଗଲକୁ ସୁରକ୍ଷା ଦେବା ସହ ଅଞ୍ଚଳରେ ଅନ୍ୟ ବନ ସୁରକ୍ଷା ସମିତି ପାଇଁ ପ୍ରେରଣା ହୋଇ ପାରିବେ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ। ଅନ୍ୟ ଅତିଥି ମାନେ ଜଙ୍ଗଲ ସୁରକ୍ଷାକୁ ସଫଳ କରିଥିବାରୁ ସମସ୍ତ ବନ ସୁରକ୍ଷା ସମିତିକୁ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ଆଗାମୀ ଦିନରେ ଜଙ୍ଗଲ ସୁରକ୍ଷା ଦେବାକୁ ଅଭିଭାଷଣ ପ୍ରଦାନ କରିଥିଲେ। ୩ଟି ସଫଳ ବନ ସୁରକ୍ଷା ସମିତିକୁ ଅତିଥି ମାନେ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିବା ବେଳେ ୫ଟି ବନ ସୁରକ୍ଷା ସମିତିକୁ ଚୌକି, ଟେବୁଲ, ଦରି ଇତ୍ୟାଦି ପ୍ରଦାନ କରା ଯାଇଥିଲା। ବବଡଙ୍ଗିଆ ବନ ସୁରକ୍ଷା ସମିତିକୁ ନାଟକ ମାଧ୍ୟମରେ ସଫଳ ଭାବରେ ସଚେତନତା କରିଥିବାରୁ ବିଭାଗ ତରଫରୁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ବନ ସୁରକ୍ଷା ସମିତି ଦ୍ୱାରା ନାଟକ ମାଧ୍ୟମରେ ସଚେତନ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ବନ ବିଭାଗର ବନରକ୍ଷୀ ସଂଗ୍ରାମ ଦିଗାଳ, ଟିମ ଲିଡର ବିଭୁ ପ୍ରସାଦ ପ୍ରଧାନ, ଡିଓ ଅମୁଲ୍ୟ ପ୍ରଧାନଙ୍କ ସହ ବିଭାଗର ସମସ୍ତ କର୍ମୀ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବନ୍ଧଗଡ଼ ବନପାଳ ସରୋଜ କୁମାର ମିଶ୍ର ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ