ବାଲିଗୁଡା ରେ ଗୋ-ମହାଯଜ୍ଞ ଓ ବିଶାଳ ହିନ୍ଦୁ ସମ୍ମିଳନୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଅନ୍ତଃ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଓଡିଶା ଆନୁକୂଲ୍ୟରେ ସ୍ଥାନୀୟ ଶାଖା ତରଫରୁ କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିଶ୍ୱ ଶାନ୍ତି ଓ ଧର୍ମ ରକ୍ଷା ତଥା ଗୋ ବଂଶର ସୁରକ୍ଷା ନିମନ୍ତେ ଗୋ ମହାଯଜ୍ଞ ଓ ବିଶାଳ ହିନ୍ଦୁ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅନ୍ତଃ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ସଂସ୍ଥାପକ ଡଃ.ପ୍ରବୀଣ ଭାଇ ତୋଗାଡିଆ ଙ୍କ ଦୁଇ ଦିନଆ କନ୍ଧମାଳ ଗସ୍ତ ବେଳେ ତାଙ୍କୁ ବଜରଙ୍ଗ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ରବିବାର ସକାଳୁ ତୁମୁଡ଼ିବନ୍ଧ ବ୍ଲକ ସ୍ଥିତ ଜଳେଶପଟ୍ଟା ଯାଇ ସ୍ବାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ଙ୍କ ଆଶ୍ରମ ରେ ସ୍ବାମୀଜୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମଲ୍ୟାର୍ପଣ ପ୍ରଦାନ କରି ଅନ୍ତେବାସୀ ଙ୍କ ସହ ବିଭିନ୍ନ ବିଷୟ ଆଲୋଚନା କରିଥିଲେ। ସେଠାରୁ ଫେରି ବାଲିଗୁଡ଼ା ରେ ପହଞ୍ଚିବା ପରେ ସ୍ଥାନୀୟ ଶାଖା ତରଫରୁ ବରାଳ ଦେବୀ ମନ୍ଦିର ଠାରୁ ଏକ ବିରାଟ କଳସ ଶୋଭାଯାତ୍ରା ବାହାରି ସମଗ୍ର ସହର ପରିକ୍ରମା କରି ଗାୟତ୍ରୀ ମନ୍ଦିର ନିକଟରେ ପହଞ୍ଚି ଥିଲେ l ସେଠାରେ ହିନ୍ଦୁ ରୀତିନୀତି ଅନୁଯାଇ ସୂର୍ଯ୍ୟ ପୂଜା, ଗୋ ମାତାଙ୍କ ପୂଜା, ଗୀତା ପାଠ ଯଜ୍ଞ, ଅର୍ଣ୍ଣ ଯଜ୍ଞ, ଏବଂଯଜ୍ଞ ମଣ୍ଡପ ରେ ପୂର୍ଣ୍ଣାହୁତି କରାଯିବା ପରେପରେ ଗାୟତ୍ରୀ ମନ୍ଦିର ଓ ରାମେଶ୍ବର ମନ୍ଦିର ନିକଟରେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଦ୍ବାରା ଆୟୋଜିତ ବିରାଟ ହିନ୍ଦୁ ସମ୍ମିଳନୀ ରେ ଯୋଗ ଦେଇ ହିନ୍ଦୁଙ୍କ ଉପରେ ଦେଶବ୍ୟାପୀ ଚାଲିଥିବା ଧର୍ମାନ୍ତୀକରଣକୁ ତୀବ୍ର ନିନ୍ଦା କରି ଏହାକୁ ସମସ୍ତ ଙ୍କ ସହଯୋଗରେ କିପରି ରୋକା ଯାଇ ପାରିବ ସେ ନେଇ ସମସ୍ତ ହିନ୍ଦୁମାନଙ୍କୁ ଜାଗ୍ରତ କରିବା ଲାଗି ସବୁ ପ୍ରାନ୍ତରେ ହନୁମାନ ଚାଳିଶା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଭାରତରେ ହିନ୍ଦୁମାନେ ସଂଖ୍ୟା ଗରିଷ୍ଠ ଥିଲେ ବି ସୁରକ୍ଷିତ ନୁହନ୍ତି। ବିଭିନ୍ନ ସମୟରେ ସେମାନଙ୍କ ଉପରେ ଆକ୍ରମଣ କରାଯାଉଛି। ତେଣୁ ସମସ୍ତ ହିନ୍ଦୁ ଏକଜୁଟ ଭାବେ ଗଣତାନ୍ତ୍ରିକ ଉପାୟରେ ଏହା ବିରୋଧରେ ସରକାର ମାନଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ ବୋଲି ଅନ୍ତଃ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ସଭାପତି ପ୍ରବୀଣ ଭାଇ ତୋଗାଡ଼ିଆ ନିଜ ବକ୍ତବ୍ୟରେ କହିଛନ୍ତି l ଏଠାରେ ଖାଦ୍ୟଠାରୁ ଆରମ୍ଭ କରି ସୁରକ୍ଷା, ସ୍ବାସ୍ଥ୍ୟ, ସମୃଦ୍ଧି ଓ ସଂସ୍କାର ଆଦି ସଂପର୍କରେ ଲୋକମାନଙ୍କୁ ସହାୟତା ଦିଆଯିବ। ଯାହାଫଳରେ ଯଦି କୌଣସି ଠାରେ ହିନ୍ଦୁଙ୍କ ଉପରେ ଆକ୍ରମଣ ହେବ ତାହାଲେ ଶହ ଶହ ଲୋକ ସହାୟତା ପାଇ ପାରିବେ। ସ୍ଵାମୀ ଲକ୍ଷ୍ମାଣାନନ୍ଦ ସରସ୍ୱତୀ ଙ୍କ ହତ୍ୟା ର ୧୫ ବର୍ଷ ପରେ ମଧ୍ୟ ହତ୍ୟାକାରୀଙ୍କୁ ଦଣ୍ଡ ମିଳି ପାରିନାହିଁ । ଅନୁସୂଚୀତ ଜନଜାତି ମାନେ ହିନ୍ଦୁ ଧର୍ମ ପରିବର୍ତ୍ତନ କଲେ ତାଙ୍କୁ ଆଦିବାସୀ ସଂରକ୍ଷଣ ମିଳିବା ବନ୍ଦ କରିବା ଆବଶ୍ୟକ ବୋଲି ଶ୍ରୀ ତୋଗାଡ଼ିଆ କହିଥିଲେ। ପ୍ରବୀଣ ତୋଗାଡିଆ ଙ୍କ କନ୍ଧମାଳ ଗସ୍ତ କୁ ନେଇ ସାରା ଜିଲ୍ଲା ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବାଲିଗୁଡ଼ା ଠାରେ ମଧ୍ଯ ସୁରକ୍ଷା ବ୍ୟବସ୍ଥା କଡାକଡି ଗ୍ରହଣ କରାଯାଇଛି l ୬ପ୍ଲାଟୁନ ପୁଲିସ ମୁତୟନ ସହ ୫ଜଣ ଡିଏସପି ୬ଜଣ ଇନ୍ସପେକ୍ଟର ନିୟୋଜିତ ରହିଥିବା ବେଳେ ବାଲିଗୁଡ଼ା ଏସଡିପିଓ ରୋହିତ ବର୍ମା, ବିଡ଼ିଓ ଶଶାଙ୍କ ଶେଖର ପାତ୍ର ରହି ସୁରକ୍ଷା ବ୍ୟବସ୍ଥା ଉପରେ କଡା ନଜର ରଖିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ