ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମି ପକ୍ଷରୁ ଜଳଛତ୍ର ଓ ପଣା ବଣ୍ଟନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମି ମହିଳା କମାଣ୍ଡର ନିବେଦିତା ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ ରାମ ମନ୍ଦିରଠାରେ ଶୁକ୍ରବାର ଦିନ ଜଳଛତ୍ର ଓ ପଣା ବଣ୍ଟନ କରାଯାଇଥିଲା । ଏହାକୁ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରେରଣା ଗ୍ରୀନ ଆର୍ମିର କମାଣ୍ଡର ଡାକ୍ତର ନିବେଦିତା ପ୍ରଧାନ, ବିଶିଷ୍ଟ କଣ୍ଠଶିଳ୍ପୀ ଗ୍ରୀନ କମାଣ୍ଡର ଡାକ୍ତର ଜୟଶ୍ରୀ ଧଳ, ଗ୍ରୀନ ଆର୍ମି ଜ୍ଞାନରଞ୍ଜନ, ବିଷ୍ଣୁପ୍ରିୟା, ସମ୍ଭାବି, ଲିଜା, ଆକାଶ, ପଶୁପ୍ରେମୀ ପ୍ରଦୀପ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ