ଶ୍ରମ ମନ୍ତ୍ରୀଙ୍କ ଦ୍ୱାରା ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ

ବୁଗୁଡା, (ଅନିଲ କୁମାର ମହାରଣା):ଓଡ଼ିଶା ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ବିଜୁ ସେତୁ ଯୋଜନା ଅନ୍ତର୍ଭୂକ୍ତ ଗୌଡ଼ିଆ ବୋରଦା – ବେଲପଡ଼ା ରାସ୍ତା ଉପରେ ସେତୁ ନିର୍ମାଣ ପାଇଁ ଆଜ ଭିତ୍ତିପ୍ରସ୍ତର କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗୌଡିଆ ବୋରଦା ଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ସହିତ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ସ୍ଥାନୀୟ ଜନପ୍ରତିନିଧି ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ଯକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସରପଞ୍ଚ ଭାଗ୍ଯଲତା ବିଷୋୟୀ, ପୂର୍ବତନ ସରପଞ୍ଚ ସୁଶାନ୍ତ ଆପଟ, ସୂର୍ଯ୍ଯମଣି ଗୌଡ, ପୂର୍ବତନ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ପୂର୍ଣ୍ଣଚନ୍ଦ୍ର ବିଷୋୟୀ, ଦେବରାଜ ସ୍ବାଇଁ, ବିଭୂତି ଭୂଷଣ ମିଶ୍ର, ସାରଥୀ ସ୍ବାଇଁଙ୍କ ସମେତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ