କାନସୁକା ଗ୍ରାମରେ ମା ସନ୍ତୋଷୀଙ୍କ ଯାତ୍ରା
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗୌଡିଆବୋରଦା ପଞ୍ଚାୟତର କାନସୁକା ଗ୍ରାମରେ ପାରମ୍ପରିକ ରୀତିରେ ଚଳିତ ବର୍ଷ ମଧ୍ୟ ମା ସନ୍ତୋଷୀଙ୍କ ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ରାତ୍ର ସମୟରେ ମା ସନ୍ତୋଷୀଙ୍କୁ ମନ୍ଦିରରୁ ଆହ୍ୱାନ କରାଯାଇ ଘଣ୍ଟ,ମୃଦୁଙ୍ଗ ପ୍ରଭୃତି ବାଦ୍ୟବାଜଣା ଓ ପାରମ୍ପରିକ ବାଘ,ବୃଷଭ,ଚଇତି ଘୋଡ଼ା ଓ ପକ୍ଷୀ ନାଚର ତାଳେ ତାଳେ ବିରାଟ ପଟୁଆର ସହ ମା ସନ୍ତୋଷୀଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା। ଗ୍ରାମର ବଡ଼ଦାଣ୍ଡ ଠାରେ ଶୁଭଖୁଣ୍ଟି ସ୍ଥାପନା କରାଯାଇ ପରମ୍ପରା ଅନୁସାରେ ମା ଗୋଟିଏ ଦିନ ସେହିଠାରେ ଅବସ୍ଥାନ କରିଥିଲେ।ଗ୍ରାମବାସୀଙ୍କ ମନୋରଞ୍ଜନ ନିମନ୍ତେ ସକାଳେ ସୁଭଦ୍ରା ପରିଣୟ ଏବଂ ସନ୍ଧ୍ୟାରେ ମହାନ୍ ପୌରାଣିକ ନାଟକ ମହାଭାରତ ମଞ୍ଚସ୍ଥ ହୋଇଥିଲା । ମା ସନ୍ତୋଷୀଙ୍କ କୃପା ଲାଭା ପାଇଁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା। ଗ୍ରାମବାସୀଙ୍କ ସହଯୋଗରେ ମା ସନ୍ତୋଷୀଙ୍କ ଯାତ୍ରା ଶାନ୍ତିଶୃଙ୍ଖଳା ସହ ସମାପନ ହୋଇଥିଲା।


