କାଜୁ ତୋଟାରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା ଘଟଣା
ଗଞ୍ଜାମ, (ବିନୋଦ ପଲାଇ):ମହିଳାଙ୍କ ସୁନାଗହଣା ଲୁଟିବାପରେ ପଥରରେ ଛେଚିନିର୍ମମ ହତ୍ୟା କରିବା ଘଟଣାରେ ସାଇଣ୍ଟଫିକ ଟିମଛା ଭିନ କରିଛି ଆଜି। ଅନ୍ୟ ପଟେ ଏହି ଘଟଣାର ମାଷ୍ଟର ମାଇଣ୍ଡ ପୋଲିସ କବଜ଼ାରେ ଥିବା ବେଳେ, ପୂର୍ବ ଶତୃତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନାମିଳିଛି। ଯାହା ରମ୍ଭା ପୋଲିସ ପାଇଁ ବଡ଼ ସଫଳତା । ଗଞ୍ଜାମ ବ୍ଳକ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଞ୍ଚାୟତ ର ବିଶିଷ୍ଟ ମୃଦଙ୍ଗ ବାଦକ ଭଗବାନ ନାହାକଙ୍କ ସ୍ତ୍ରୀ ପୁନି ନାହାକ (୬୨) ଅପରାହ୍ନ ସମୟରେ ନିଜ ଗ୍ରାମ ସ୍ଥିତ ରେଳ ଲାଇନ ପାର୍ଶ୍ୱରେ ଥିବା କାଜୁ ଜଙ୍ଗଲକୁ ଯାଇଥିବା ବେଳେ ରାତି ହୋଇଥିଲେ ସୁଧା ଘରକୁ ଫେରିନଥିଲେ।ପରେ ଖୋଜା ଖୋଜି କରିବା ପରେ ରାତି ପ୍ରାୟ ନଅ ଘଣ୍ଟ ସମୟରେ ସେହି କାଜୁ ଜଙ୍ଗଲରେ ତାଙ୍କ ର ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ ଲୋକମାନେ। ଘଟଣା ସ୍ଥଳରେ ଦେଖିଲାବେଳକୁ ମୃତ୍ ପୁନିକୁ ଏକ ପଥର ଦ୍ୱାରା ମୁଁହଁକୁ ଛେଚାଯାଇ ନିର୍ମମ ଭାବେ ହତ୍ୟା କରାଯିବା ସହ ମହିଳା ଜଣଙ୍କ ଲଗାଇଥିବା ସୁନାଚେନ, ସୁନା କଣ୍ଟି, କାନରଫୁଲ, ଦଣ୍ଡିଲୁଟି ନେଇଯାଇଥିବା ଦେଖାଯାଇଛି। ମୃତ୍ ଦେହର କିଛି ଦୂରରେ ଏକ ରକ୍ତ ଭିଜା ପଥର ପଡିଛି। ମୃତ୍ୟୁ ପୁନି ଙ୍କ କାଜୁ ବଗିଚାରୁ ଗତ କାଲି କାଜୁ ,ଆମ୍ବ ଚୋରି ହୋଇଥିବା ବେଳେ, ଆଜି ସେହି କାଜୁ ବଗିଚାରେ କିଛି ଯୁବକ ଥିବା ଦେଖି ସେମାଙ୍କୁ ସେଠାରୁ ପଳାଇଯିବାକୁ ପୁନୀ କୁଆଡେ ତାଗିତ କରିଥିଲେ। ସେହି ଯୁବକ ଙ୍କ ମଧ୍ୟରେ ତାଙ୍କସହ ପୁର୍ବ ଶତୃତା ଥିବା ଉକ୍ତଗ୍ରାମର ମାଷ୍ଟର ମାଇଣ୍ଡ ଥିବା ସୁଚାନା ମିଳିଛି। ଏହି ପଡୋଶୀଙ୍କ ସହ ଦୀର୍ଘଦିନ ଧରି ତିକ୍ତତା ଲାଗିରହିଥିଲା। ଯାହାକୁ ନେଇ ବିଭିନ୍ନ ସମୟରେ ଆକ୍ରମଣ ପାଇଁ ଯୋଜନା କରିଥିଲେ ମଧ୍ୟ ସଫଳ ହୋଇପରିନଥଲେ। ଗତକାଲି ଗାଳି ଶୁଣିବା ପରେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ। ସନ୍ଧ୍ୟା ସମୟରେ ପୁନି ନାହାକଙ୍କୁ ଏକା ଦେଖି ସୁଯୋଗକୁ ହାତଛଡା କରିନଥିଲେ। ପରେ ପୋଲିସ କୁ ବିଭାନ୍ତ କରିବା ପାଇଁ ଏହାକୁ ଡକାୟତ ରୂପରେଖ ଦେବାପାଇଁ ସୁନା ଗହଣା ଲୁଟକରିଥିଲେ। ଖବର ପାଇ ରମ୍ଭା ଆଇଆଇସି ସ୍ୱରୂପ କିଷାନ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ବ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ଆଇଆଇସି କିଷାନଙ୍କ ତ୍ୱରାନ୍ୱିତ ପଦେକ୍ଷପ ଯୋଗୁଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହାର ମାଷ୍ଟ୍ରର ମାଇଣ୍ଡ କୁ ନିକଟ ପାହାଡ଼ରୁ ଉଠାଇ ଆଣିଥିଲେ। ପରେ ଲୁଟ ହୋଇଥିବା ସୁନା ଗହଣା ଉଦ୍ଧାର କରିଛନ୍ତି। ଏଥିରେ ଅନ୍ୟ କିଏ ସମ୍ପୃକ୍ତ ଅଛି ସେନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଟକ ରଖ ପଚରାଉଚରା କରୁଥିବା ନିର୍ଭର ଯୋଗ୍ୟ ସୁତରୁ ଜଣାପଡିଛି। ଏହି ହତ୍ୟାକାଣ୍ଡ ପ୍ରଦାଫାର୍ସା ଯଥାଶୀଘ୍ର ହେବ ବୋଲି ଆଇଆଇସି କିଷାନ କହିଛନ୍ତି। ସୂଚନାଯୋଗ୍ୟ ସହରରେ ଚନ୍ଦନ ଯାତ୍ରା ଆରମ୍ବ ଆଜିଠାରୁ ଆରମ୍ବ ହୋଇଥିବା ପୁଣି ଏକ ମହିଳାଙ୍କହତ୍ୟା ଘଟଣା ପୋଲିସର ମୁଣ୍ଡବାଥର କାରଣ ପାଲଟିଥିବା ବେଳେ ଏହାକୁ ଚାଲେଞ୍ଜ ରୂପେ ଗ୍ରହଣ କରିଥିଲେ ଆଇଆଇସି କିଷାନ। ମାଷ୍ଟର ମାଇଣ୍ଡ କବଜ଼ାକୁ ଆସିଯାଇଥିବାରୁ ପୋଲିସକୁ ଆଶ୍ୱସ୍ତ ମିଳିଥିବା ଜଣାପଡିଛି।