ବ୍ରହ୍ମପୁର ମେଡ଼ିକାଲ ଯମ ଯନ୍ତ୍ରଣା ହୃଦଘାତ ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁଁ ଚାଲିଗଲା ସମାଜସେବୀଙ୍କ ଜୀବନ

ଗଞ୍ଜାମ, (ବିନୋଦ ପଲାଇ):ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ପାଲଟିଛି ଯମ ଯନ୍ତ୍ରଣା । ହୃଦଘାତକ ଡକ୍ଟରଙ୍କ ଅନୁପସ୍ଥିତ ଯୋଗୁଁ ଚିକିତ୍ସା ଅଭାବରୁ ସମାଜସେବୀ ଅଜୟ ବିଶ୍ବାଳଙ୍କ ଜୀବନ ଚାଲିଯାଇଥିବା ଦେଖାଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବା ସହ ଶୋକରଛାୟା ଖେଳିଯାଇଛି। ଗଞ୍ଜାମ ବ୍ଳକ ଅନ୍ତର୍ଗତ ସୁବଳୟା ଗ୍ରାମର ବାସିନ୍ଦା ତଥାଗଞ୍ଜାମ ମହାବିଦ୍ୟାଳୟର ପୁର୍ବତନ ଛାତ୍ରସଂସଦ ସଭାପତି , ସମାଜସେବୀ, ମିଷ୍ଟାଭାସି, ପରୋପକାରୀ ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ ବିଜୟ ବିଶ୍ୱାଳଙ୍କ ଭାଇ ଅଜୟ ବିଶ୍ବାଳ ନିଜ ବାସ ଭବନରେ ଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ନେଇଥିଲେ ଚିକିତ୍ସା ପାଇଁ। ମାତ୍ର ସେଠାରେ ହୃଦଘାତକ ଡାକ୍ତରଙ୍କ ଅନୁପସ୍ଥିତ ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଥିଲା। ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡ଼ିକାଲରକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ତାଙ୍କର ମୃତ୍ୟୁ ଶରୀର ନିଜ ବାସଭବନକୁ ଆସିବା ମାତ୍ରେ ଶେଷ ଦର୍ଶନ ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ପରେ ଏକ ଶୋଭାଯାତ୍ରାରେ ଗ୍ରାମ ସ୍ମଶାନ ରେ ଶବ ସଂସ୍କାର କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ