ପୁଣି ଚର୍ଚ୍ଚାରେ ବିଧାୟକ ପ୍ରଦୀପ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳାଗ୍ରାମରେ ନୃସିଂହ ଚତୁର୍ଦ୍ଦଶୀ ଅବସରରେ ନୃସିଂହ ମନ୍ଦିର ପରିଦର୍ଶନ କରିଛନ୍ତି , ଚର୍ଚ୍ଚାରେ ଥିବା ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ। ନୃସିଂହ ମହୋଉତ୍ସବ ଚାଲିଥିବା ବେଳେ ସନ୍ଧ୍ୟା ସମୟରେ ବିଧାୟକ ପାଣିଗ୍ରାହୀ ପାଣିଗ୍ରାହୀ ପହଞ୍ଚିବା ମାତ୍ର ଅଂଚଳବାସୀ ଓ ଦଳବଳ ନିର୍ବିଶେଷରେ ତାଙ୍କୁ ଭାବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ସେଠାରେ ଠାକୁରଙ୍କୁ ପୂଜାର୍ଚ୍ଚନା କରିବାସହ ଭକ୍ତଙ୍କ ସହ ସମୟ କାଟିଥିଲେ। ଏହି ପୂଜା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିବା ବେଳେ, ନାମ ଯଜ୍ଞ, ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ବିଧାୟକ ପାଣିଗ୍ରାହୀଙ୍କ ଏହିଗ୍ରସ୍ତକୁ ରାଜନୈତିକ ମହଲ ଓ ପ୍ରଶାସନ ମହଲରେ ବିଶେଷ ଗୁରୁତ୍ୱ ସହ ନିଆଯାଇଥିବା ଦେଖାଯାଇଛି।


