ବାଲେଶ୍ୱର ହସ ପରିବାର ପକ୍ଷରୁ ବିଶ୍ୱ ହାସ୍ୟ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ହସ ପରିବାର ପକ୍ଷରୁ ବିଶ୍ୱ ହାସ୍ୟ ଦିବସ ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ପାଳିତ ହୋଇଯାଇଛି । ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ ନିରୋଗ ସ୍ୱାସ୍ଥ୍ୟ ରକ୍ଷା ପାଇଁ ହସର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ହସ ମାଧ୍ୟମରେ ଶରୀରରେ ଅମ୍ଳଜାନ ଗ୍ରହଣର ଶକ୍ତି ବଢ଼ିବା ସାଙ୍ଗକୁ ହୃଦୟ ଗତି ସ୍ଥିର ହୁଏ ବୋଲି ସେ କହିଥିଲେ । ଏଥି ସହିତ ଫୁସଫୁସ, ମାଂସପେଶୀ ଓ ମସ୍ତିସ୍କର ମଧ୍ୟ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ ବୋଲି ଡାକ୍ତର ନନ୍ଦ ମତ ପ୍ରକାଶ କରିଥିଲେ । ବିଶିଷ୍ଟ ନାଟ୍ୟକାର ତଥା ଅବସର ପ୍ରାପ୍ତ ଅଧ୍ୟାପକ ଡ. ପ୍ରଦୀପ ଭୌମିକ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ହସ ମାନବ ଜୀବନରେ ସକରାତ୍ମକ ପ୍ରଭାବ ପକାଇଥାଏ ବୋଲି କହିଥିଲେ । ମଣିଷର ଦୃଷ୍ଟିଭଙ୍ଗୀର ବଦଳିବା ସାଙ୍ଗକୁ ଜୀବନଶୈଳୀର ପରିବର୍ତ୍ତନ ହୋଇଥାଏ ବୋଲି ସେ କହିଥିଲେ । ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ତଥା ବାଲେଶ୍ୱର ହସ ରିବାରର ଆବାହକ ଗୋପାଳ ଜେନା ଏଥିରେ ସଭାପତିତ୍ୱ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ପାଦକ ସାମ୍ବାଦିକ ବ୍ରହ୍ମନାଥ ରଥ ଏଥିରେ ହସ ପରିବାରର ବିବରଣୀ ଉପସ୍ଥାପନ କରିଥିଲେ । ସାତ ବର୍ଷ ତଳେ ମାତ୍ର ୫ଜଣ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ହସ ପରିବାରରେ ସମ୍ପ୍ରତି ୪୩ଜଣ ସଦସ୍ୟ ସଦସ୍ୟା ନିୟମିତ ସକାଳେ ଏକାଠି ହସିବା ସହିତ ବ୍ୟାୟାମ ଅଭ୍ୟାସ କରିଥିବା ସେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ଅରବିନ୍ଦ ଗିରି, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅନୀଲ ପଟ୍ଟନାୟକ ଓ ପରେଶ ଦାସ ପ୍ରମୁଖ ଏଥିରେ ମଞ୍ଚାସୀନ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ । ମନୋଜ ଦାସ ଏଥିରେ ଅତିଥିଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ । ଶେଷରେ ଲକ୍ଷ୍ମୀ ଷୋଘ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ