ନୂଆ ଭିଭୋ ଭି-୧୭ କମ ଆଲୋକରେ ଦେବ ଉନ୍ନତ ଫଟୋ

ବିଶ୍ୱସ୍ତରୀୟ ଆଧୁନିକ ସ୍ମାର୍ଟଫୋନ ବ୍ରାଣ୍ଡ ଭିଭୋ ଏହାର ସିରିଜ ପୋର୍ଟଫୋଲିଓ ରେ ନୂଆ ଭି-୧୭ ର ଶୁଭାରମ୍ଭ କରିଛି । ଏହି ଡିଭାଇସ ଶକ୍ତିଶାଳୀ କ୍ୱାଡ କ୍ୟାମେରା ସେଟ୍‌ଅପ ସହ ଉନ୍ନତ ଚିତ୍ର ( କ୍ଲିୟର ଆଜ୍ ରିୟଲ) ର ପ୍ରତିଶୃତି ଦେଉଛି । ଭିଭୋ ଭି-୧୭ ଆଧୁନିକ ୩୨ ଏମପି ଫ୍ରନ୍‌ଟ କ୍ୟାମେରା, ନୂଆ ଆଇ ଭ୍ୟୁ ଡିସପ୍ଲେ ଓ ଇ୩ ସୁପର ଆମୋଲେଡ ସ୍କ୍ରିନ ସହ ଉପଲବ୍ଧ । ଏହି ଡିଭାଇସ ୮ଜିବି ରାମ + ୧୨୮ଜିବି ରମ ସହ ଦୁଇଟି ରଙ୍ଗ- ମିଡନାଇଟ ଓସେନ ଓ ଗ୍ଲାସିଅର ଆଇସ ରେ ଉପଲବ୍ଧ । ଏହାର ମୂଲ୍ୟ ୨୨,୯୯୦ଟଙ୍କା ଏବଂ ଏହା ଡିିସେମ୍ବର ୧୭,୨୦୧୯ ଠାରୁ ଭିଭୋ ଇଣ୍ଡିଆ ଇ-ଷ୍ଟୋର, ଆମାଜନ, ଫ୍ଲିପକାର୍ଟ, ପେଟିଏମ ମଲ, ଟାଟା କ୍ଲିକ, ବଜାଜ ଫିନସର୍ଭ ଇଏମଆଇ ଷ୍ଟୋର ତଥା ସମସ୍ତ ସହଯୋଗୀ ରିଟେଲର ଷ୍ଟୋର ରେ ଉପଲବ୍ଧ ହେବ । ଭିଭୋ ଭି-୧୭ର ଗ୍ରାହକ ମାନେ ଅନେକ ଆକର୍ଷଣୀୟ ଅଫର ର ଲାଭ ଉଠାଇ ପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ