ଆଶା ଡଟକମ୍ ଉଦ୍ଘାଟୀତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ଆଦିବାସୀ ବହୁଳ ଗାଇବା ଠାରେ ଆଶା ଡଟକମ୍ ସପ୍ ଆଜି ପାରଳା ସ୍ୱାଭୀମାନ ମଞ୍ଚର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀଙ୍କ ଦ୍ୱାରା ଉଦ୍ଘାଟୀତ ହୋଇଯାଇଛି । ଆଦିବାସୀ ତଥା ଦୁର୍ଗମ ଅଞ୍ଚଳରେ ପାଠ ପଢୁଥିବା ଛାତ୍ରଛତ୍ରୀ ମାନଙ୍କ ସୁବିଧା ପାଇଁ ସେମାନଙ୍କ ଆବଶ୍ୟକତାକୁ ଦୃଶ୍ଟିରେ ରଖି ସମସ୍ତ ପ୍ରକାର ସ୍କୁଲ ବ୍ୟାଗ୍,ଯୋତା,ପୋଷାକ ଆଦି ସମସ୍ତ ଉପକରଣ ଏଠାରେ ମିଳିପାରିବ । ଏଥି ପୁର୍ବରୁ ଏହି ଅଞ୍ଚଳର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଉପକରଣ ପାଇଁ ପାରଳାଖେମୁଣ୍ଡି ଦୋକାନ ବଜାର ଉପରେ ନିର୍ଭର କରୁଥିଲେ । ଗାଇବା ଅଞ୍ଚଳର ପିଙ୍କୁ ମିଶାଲ ନିଜସ୍ୱ ଅର୍ଥରେ ଏହି ସପ୍ଟି କରିଛନ୍ତି । ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଆବଶ୍ୟକ ଉପକରଣ ଦୁର୍ଗମ ଅଞ୍ଚଳରେ ମିଳିବା ପାଇଁ ସୁବିଧା କରି ଏହି ସପଟି ଆରମ୍ଭ ହୋଇଥିବାରୁ ଅଞ୍ଚଳବାସୀ ଆନନ୍ଦ ପ୍ରକାଶ କରିଛନ୍ତି ।