ବାତ୍ୟା ପୂର୍ବରୁ ଅଧା ପାଚିଲା ଧାନ ଫସଲକୁ କାଟି ନେଉଛନ୍ତି ଲୋକେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ସମ୍ଭାବ୍ୟ ଅର୍ଣ୍ଣବ ବାତ୍ୟାରୁ ଧାନ ଫସଲକୁ ରକ୍ଷା କରିବା ପାଇଁ ବାତ୍ୟା ପୂର୍ବରୁ ଧାନ ଫସଲକୁ ଚାଷ ଜମିରୁ ଲୋକେ କାଟି ନେଉଥିବା ଦେଖାଦେଇଛି. ଏହି ଜିଲ୍ଲାର ଗୁମ୍ମା ବ୍ଲକ ଅଞ୍ଚଳରେ ରହିଥିବା ଚାଷଜମି ଗୁଡିକରେ ଅଧା ପାଚିଲା ଧାନ ଫସଲ ରହିଛି. ଅର୍ଣ୍ଣବ ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି. ଏହି ବର୍ଷା ଯୋଗୁଁ ପାଚିଲା ଧାନ କ୍ଷେତରେ ବର୍ଷା ଜଳ ଜମି ରହିବା ଯୋଗୁଁ ଧାନ ଫସଲ ଗଜା ହେବାସହ ସମ୍ପୂର୍ଣ ନଷ୍ଟ ହେବ. ତେଣୁ ଲୋକେ ତରବରିଆ ଭାବେ ଗୁମ୍ମା ବ୍ଲକ ଅଞ୍ଚଳର ଅନେକ ଚାଷ ଜମିରୁ ଅଧା ପାଚିଲା ଧାନ ଫସଲକୁ କାଟି ନିଜ ନିଜ ଘରକୁ ବୋହି ନେଉଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ