ଏଏନଏମ ସେଣ୍ଟର୍ ନିର୍ମାଣ କୁ ନେଇ ଗଙ୍ଗାପୁର ,ନରସିଂହଗଡ଼ ଗ୍ରାମବାସି ଙ୍କ ମଧ୍ୟରେ ବିବାଦ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗଙ୍ଗାପୂର୍ ପଞ୍ଚାୟତରେ ଏଏନଏମ ସେଣ୍ଟର୍ ନିର୍ମାଣ କୁ ନେଇ ନରସିଂହଗଡ, ଗଙ୍ଗାପୁର ଗ୍ରାମବାସୀ ଙ୍କ ମଧ୍ୟରେ ବାଦ ବିବାଦ ଲାଗିରହିଥିଲା। କାମ ଚାଲିଥିବା ଏ, ଏନ ଏମସେଣ୍ଟର୍ ର କାର୍ଯ୍ୟ ବନ୍ଦ କଲେ ପାଞ୍ଚୟତର ନରସିଂହଗଡ ଗ୍ରାମର ଶତାଧିକ ମହିଳା ପୁରୁଷ l ସୂଚନା ପ୍ରକାରେ ରାଜସ୍ୱ ନିରୀକ୍ଷକ ଏବଂ ସ୍ବାସ୍ଥ୍ୟ ବିଭାଗ ର ଅଧିକାରୀ ମିଳିତ ଭାବେ ଗୁରୁବାର ଦିନ ନର୍ସିଂଗଡ ମୌଜାର ଖାତାନମ୍ବର ୭୭୯ପ୍ଲଟ ନମ୍ବର ୩୬୦୫ କିସମ ପଦର ଅନାବାଦୀ ଯୋଗ୍ୟ ଅନାବାଦୀ ଜାଗା ଅଟେ ଏବଂ ଏହାକୁ ଏଏନଏମ ସେଣ୍ଟର୍ ଉପଯୁକ୍ତ ଜାଗା ବୋଲି ଦର୍ଶାଇ ଥିଲେ | ତାହାକୁ ଭିତିକରି ସ୍ବାସ୍ଥ୍ୟ ସେବାର ଉନ୍ନତିପାଇଁ ରାଜ୍ୟ ସରକାର ଉକ୍ତ ସ୍ଥାନରେ ପୂର୍ବରୁ ଟେଣ୍ଡର ହୋଇଥିବା ଏ, ଏନ ଏମ ସେଣ୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା | ନରସିଂହଗଡ ଗ୍ରାମବାସମାନେ ଚିହ୍ନଟ ସ୍ଥାନରେ ନକରି ନିଜ ଗ୍ରାମରେ କରିବା ପାଇଁ ଜିଦ୍ ଦାବି କରୁଥିବବେଳେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ନରସିଂହଗଡ ଗ୍ରାମବାସୀକାର୍ଯ୍ୟସ୍ଥଳ କୁ ଆସି ବନ୍ଦ କରିଥିଲେ। କିଛିଦିନ ବନ୍ଦ ପରେ ପୁଣି ଗ୍ରାମ ବାସି ଜାଣିବାକୁ ପାଇଥିଲେ ଗାଙ୍ଗପୁର ଗ୍ରାମ ରେ ଉକ୍ତ ଏଏନଏମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି | ପରେ ଜିଲ୍ଲାପରିଷଦ ମାମିନୀ ପାତ୍ର ଏବଂ ସରପଞ୍ଚ ପିଙ୍କି ସେଠୀ ଏନେଇ ଜିଲ୍ଲାପାଳ, ପିଡି, ବିଡ଼ିଓ, ସିଡ଼ିଏମଓ ଙ୍କ ଦୃଷ୍ଟିଆକର୍ଷଣ କରିଥିଲେ | କିନ୍ତୁ କୌଣସି ସୁଫଳ ମିଳିନଥିଲା ଯାହାଫଳ ରେ ଆଜି ଶତାଧିକ ନରସିଂହଗଡ ଗ୍ରାମବାସୀ ଆଜି ନୂତନ ଭାବେ ନିର୍ମାଣ ଚାଲିଥିବା ଏଏନଏମ ସେଣ୍ଟର୍ ନିକଟ ରାଜରାସ୍ତା ରେ ଶାନ୍ତିପୁନଃ ଆନ୍ଦୋଳନ କରି ନରସିଂହଗଡ ଗ୍ରାମ ରେ ନୂତନ ଜାଗାରେ ଏଏନଏମ ସେଣ୍ଟର୍ କରିବାକୁ ଦାବିକରି ରାସ୍ତାଉପରେ ବସିବା ସହିତ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ କରିବେ ବୋଲି ରୋଷେଇ କରିଛନ୍ତି। | ରିପୋର୍ଟ ଲେଖିବା ସୁଦ୍ଧା ଏହାର ସମାଧାନ ପାଇଁ କୌଣସି ପ୍ରଶାସନିକ ଅଧିକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ନାହାନ୍ତି | ଗାଙ୍ଗ|ପୁର ପାଞ୍ଚୟତର ୬୦ନମ୍ବର ଜିଲ୍ଲାପରିଷଦ ପ୍ରତିନିଧି ରାଜୀବ ପାତ୍ର, ସରପଞ୍ଚ ପ୍ରତିନିଧି ମିଥୁନୁ ସେଠୀ, ପୃର୍ବତନ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ,ସମୀର ପ୍ରଧାନ, ବିନୋଦ ବେହେରା, ଅମୁଲ୍ୟ ପ୍ରଧାନ,ଭୀମସେନ ନାୟକ ଙ୍କ ସହିତ ଶହ ଶହ ମହିଳା ପୁରୁଷ ରାଜରାସ୍ତାରେ ବସି ରହି ନିଜର ଦାବି ଉପସ୍ଥ|ପନା କରୁଛନ୍ତି |


