ବକେୟା ବିଲ୍‌ ନ ଦେଲେ କଟିବ ଲାଇନ୍‌

ଭୁବନେଶ୍ବର : ଜାନୁଆରୀ ୧୫ ସୁଦ୍ଧା ବକୈୟା ବିଲ୍‌ ପୈଠ ନ ହେଲେ ଲାଇନ୍‌ କଟିଯିବ ବୋଲି ସେସୁ ସିଇଓ ଅରୁଣ ବ୍ରୋଥା ସୂଚନା ଦେଇଛନ୍ତି । ଗ୍ରାହକଙ୍କ ଉପରେ ସେସୁର ୧୯୭୧ କୋଟି ଟଙ୍କା ବାକି ପଡିଥିବାବେଳେ ସେମାନଙ୍କ ମଧ୍ୟରୁ ଘରୋଇ ଗ୍ରାହକଙ୍କ ପାଖରେ ଏକହଜାର ୨୩ କୋଟି ଟଙ୍କା ଓ ଶିଳ୍ପସଂସ୍ଥା ଉପରେ ୧୦୮ କୋଟି ଟଙ୍କା ବାକି ପଡିଛି । ଏକ ଲକ୍ଷ ୪ ହଜାର ଲୋକ ୨ ବର୍ଷ ହେଲା କୌଣସି ବିଲ୍‌ ଦେଇନାହାନ୍ତି । ଏହାର ମୂଲ୍ୟ ୩୯୪ କୋଟି ଟଙ୍କା ହୋଇଥିବା ବେଳେ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ବାକି, ବ୍ୟାବସାୟିକ ପ୍ରତିଷ୍ଠାନ ଓ ଅନ୍ୟଙ୍କ ଉପରେ ବାକି ଅଛି ୮୪୦ କୋଟି ଅଛି ବୋଲି ସୂଚନା ଦେଇଛନ୍ତି । ବକେୟା ବିଲ୍‌ ପାଇଁ ଗ୍ରାହକଙ୍କ ପାଖକୁ ମେସେଜ୍‌ ଯିବ। ଏବଂ ଏହି ବକେୟା ବିଲ୍‌କୁ  ୬ଟି କିସ୍ତିରେ ଶୁଝାଯାଇପାରିବ ବୋଲି ସୂଚନା ରହିଛି 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ