୨୦୨୦ରୁ ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ହେବ : ଅରୁଣ ସାହୁ

ଭୁବନେଶ୍ବର : ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସ୍ବଚ୍ଛତା ଆଣିବା ପାଇଁ ସବୁ ବିଶ୍ବବିଦ୍ୟାଳୟରେ ନାମଲେଖା ପାଇଁ ୨୦୨୦ରୁ ଏକକ ପିଜି ପ୍ରବେଶିକା କରାଯିବା ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଏଣିକି ଜୁନ୍‌ ୧୫ ସୁଦ୍ଧା ଯୁକ୍ତ ତିନିର ପରୀକ୍ଷା ଫଳ ପ୍ରକାଶ ହେବ। ପରୀକ୍ଷାର ୪୫ ଦିନ ଭିତରେ ଏହି ପରୀକ୍ଷା ଫଳ ପ୍ରକାଶିତ ହେବ। ଫଳ ପ୍ରକାଶନ ପାଇଁ ସବୁ କଲେଜକୁ ନିର୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଭୁବନେଶ୍ୱରରେ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ ଏକ ସମ୍ମିଳନୀ ହୋଇଥିଲା। ସେଠାରେ ପିଜି ପାଠ୍ୟକ୍ରମ ପ୍ରବେଶିକା ନେଇ ଆଲୋଚନା ହେବା ପରେ ଆସନ୍ତା ଶିକ୍ଷାବର୍ଷରୁ ଏକକ ପିଜି ପ୍ରବେଶିକା କରାଯିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ରାଜ୍ୟରେ ପିଜି ପାଠ୍ୟକ୍ରମ ପାଇଁ ଗୋଟିଏ ଦିନରେ ପ୍ରବେଶିକା ପରୀକ୍ଷା ହେବ। ଏହି ଏକକ ପିଜି ପ୍ରବେଶିକା ପରୀକ୍ଷା ଆସନ୍ତା ଶିକ୍ଷାବର୍ଷ ଅର୍ଥାତ ୨୦୨୦ରୁ ଲାଗୁ କରାଯିବ ବୋଲି କୁଳପତିଙ୍କ ସମ୍ମିଳନୀ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ