ଜମ୍ଭରା ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୁର୍ଣ୍ଣୀମା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଜମ୍ଭରା ଠାରେ ଥିବା ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ମହାଡମ୍ବର ସହକାରେ ପବିତ୍ର ଦେବସ୍ନାନ ପୁର୍ଣ୍ଣୀମା ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ ପଣ୍ଡିତ ଓମପ୍ରକାଶ ମିଶ୍ର, ଜଗବନ୍ଧୁ ପଣ୍ଡା, ମୃତୁ୍ୟଞ୍ଜୟ ପଣ୍ଡା, ମନୋରଞ୍ଜନ ପଣ୍ଡାଙ୍କ ଦ୍ୱାରା ପୂଜାକାର୍ଯ୍ୟ ରୀତିନୀତି ଅନୁଯାଇ ସମ୍ପର୍ଣ୍ଣ ହୋଇଥିଲା । କର୍ତ୍ତା ଭାବେ ଟ୍ରଷ୍ଟି ବିଜୟ କୁମାର ମଲ୍ଲିକ ସାମିଲ ହୋଇଥିଲେ । , ସକାଳେ ଜଗନ୍ନାଥ, ବଳଭଦ୍ର , ଶୁଭଦ୍ରାଙ୍କୁ ଧାଡି ପହଣ୍ଡିରେ ମନ୍ଦିରରୁ ଅଣାଯାଇ ସ୍ନାନ ମଣ୍ଡପରେ ବିଜେ କରାଇଥିଲେ । ପରେ ୧୦୮କଳଶ ପାଣିରେ ଠାକୁରଙ୍କୁ ସ୍ନାନ କରାଯାଇଥିଲା । ଏହି ଅବସରରେ ଷୋଡଶ ଉପଚାରରେ ପୂଜା ର୍ଚ୍ଚନା କରାଯାଇଥିଲା । ରାମ ମୁଦୁଲି, ମନୋଜ ସେଠୀ, ଅନାଥ ସେଠୀ, ଆନ୍ଦିଆ ସେଠୀ, ମନୋଜ ମଲ୍ଲିକ, ଆନନ୍ଦ ସେଠୀ, ବିଶ୍ୱରଞ୍ଜନ ମଲ୍ଲିକ, ବିଜୟ ସା, ଦିପୁନୁ ପଣ୍ଡା, ସରୋଜ ମଲ୍ଲିକ, ପୁରସ୍ତମ ମହାନ୍ତି, ଅକ୍ଷୟ ମଲ୍ଲିକ, ଭଗବାନ ମୁଦୁଲି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ସରିଦା, ଗୋବିନ୍ଦପୁର ଭଜନ ମଣ୍ଡଳୀ ପକ୍ଷରୁ ନାମସଙ୍କିର୍ତ୍ତନ କରାଯାଇଥିଲା । ଏଥିରେଜମ୍ଭରା, ମଝିଗାଁ, ଶାଳବଣୀ ଆଦି ଗ୍ରାମର ଶହଶହ ଗ୍ରାମବାସୀ ଯୋଗଦେଇ ପ୍ରଭୂଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ ।


