ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଗୁଣପୁର(ୱାଇ ଏନ ଏସ) : ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଗୁଶୁପୁର ପୌରପରିଷଦ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଗୁଣପୁର ସ୍ଥିତ ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଵସରରେ ପୋୖର ଅଧ୍ୟକ୍ଷା  ମମତା ଗୌଡ, ରାୟଗଡା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ  ଏଲିଜାବେଥ ଗୋରଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ଓ ଗୁଣପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ  ରଞ୍ଜିତା ବେହେରା ପ୍ରମୁଖ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଏହି  କାର୍ଯ୍ୟକ୍ରମରେ ୨୩୮  ଜଣ ଭିନ୍ନକ୍ଷମଙ୍କ ପଞ୍ଜୀକରଣ କରାଯିବା ସହ ୫  ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସି. ପି  ଚେୟାର ଓ ୨ ଜଣ ଭିନ୍ନକ୍ଷମଙ୍କୁ ଚାଲିବା ବାଡି  ପ୍ରଦାନ କରାଯାଇଥିଲା । ଉକ୍ତ ଶିବିରରେ ୧୩୧ ଜଣ ଭିନ୍ନକ୍ଷମଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ, ମାନସିକ ରୋଗ  ବିଶେଷଜ୍ଞ, ନାସା କର୍ଣ୍ଣ ଗଳା ବିଶେଷଜ୍ଞ, ବରିଷ୍ଠ ଫାର୍ମାସିଷ୍ଟଙ୍କ ଦ୍ଵାରା ପରୀକ୍ଷା କରାଯାଇ ଆଗାମୀ ଦିନରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି । ଏହି ଶିବିରକୁ   ନିର୍ବାହୀ ଅଧିକାରୀ  ସନ୍ତୋଷ କୁମାର ନାୟକ, ବରିଷ୍ଟ  ସହାୟକ ବି କିରଣ,  ଏକାଉଣ୍ଟଟେଣ୍ଟ ଭାସ୍କର ପ୍ରଧାନ ପ୍ରମୁଖ  ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ