ଓଡ଼ିଶାରେ ୧୦ ମାସରେ ୭ ରେଳ ଦୁର୍ଘଟଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ନିଜର ବିଫଳତାରୁ ରାଜନୈତିକ ଫାଇଦା ଉଠାଇବାରେ ମାହିର ବୋଲି ଇଣ୍ଡିଆନ ସିଟିଜେନ୍‌ସ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ସାରା ଭାରତରେ ନରେନ୍ଦ୍ର ମୋଦି ହାଏ ହାଏ, ନରେନ୍ଦ୍ର ମୋଦି ଗାଦି ଛାଡ଼ ଧ୍ୱନି ପ୍ରକମ୍ପିତ ହେଲାଣି । ମର୍ମନ୍ତୁଦ, ଭୟାନକ, ହୃଦୟ ବିଦାରକ ବାହାନଗା ରେଳ ଦୁର୍ଘଟଣାରେ ୬୦ ଘଣ୍ଟା ବିତିଯାଇଥିଲେ ମଧ୍ୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱେଚ୍ଛାକୃତ ଇସ୍ତଫା ଦେଇନାହାଁନ୍ତି କିମ୍ବା ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରି ନାହାଁନ୍ତି । ବାହାନଗା ଭଳି ଭୟାନକ, ମର୍ମନ୍ତୁଦ ହୃଦୟ ବିଦାରକ ଦୁର୍ଘଟଣା ପାଇଁ ନରେନ୍ଦ୍ର ମୋଦି ଏବଂ ତାଙ୍କ ନେତୃତ୍ୱରେ ଚାଲିଥିବା ସରକାର ଶତ ପ୍ରତିଶତ ଦାୟୀ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଭାଷାରେ ପ୍ରକୃତ ଦୋଷୀକୁ ଯଦି ଦଣ୍ଡ ଦେବାକୁ ଚାହାଁନ୍ତି ତେବେ ନିଜେ ଇସ୍ତଫା ଦେଇ ମନ୍ତ୍ରୀମଣ୍ଡଳ ଭାଙ୍ଗି ଚାଲିଯାଆନ୍ତୁ ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି ସଭାପତି ରମେଶ ରାଉତ ଦାବି କରିଛନ୍ତି । ନଚେତ୍ ମୋଦି ହଟାଅ-ଇଣ୍ଡିଆ ବଞ୍ଚାଅ ଅଭିଯାନ ଆରମ୍ଭ ହେବ ବୋଲି ସେ ସତର୍କ କରିଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ