ସମବାୟ ସମିତି ରେ ତାଲା ଝୁଲୁଛି

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ଚାଷୀଙ୍କୁ ମିଳୁଛି ଋଣ ନା ବିହନ,ସାର ଆସିକା ସମବାୟ କେନ୍ଦ୍ରବ୍ୟାଙ୍କ ଅଧୀନରେ ରହିଥିବା ପାଟପୁର ବ୍ୟାଙ୍କ ଶାଖା ରେ ରହିଥିବା ୧୮ ଟି ସେବା ସମବାୟ ସମିତି ସମ୍ପାଦକଙ୍କ କାର୍ଯ୍ୟାଳୟ ରେ ତାଲା ଝୁଲୁଛି । ଓଡ଼ିଶା ସେବା ସମବାୟ ସମିତି କର୍ମଚାରୀ ମହାସଂଘ ଭୁବନେଶ୍ୱର ଡାକରା କ୍ରମେ ପାଟପୁର ସେବା।ସମବାୟ ସମିତି ସମ୍ପାଦକ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି।ଯାହାକି ଚାଷୀ ମାନଙ୍କୁ ଋଣ ପ୍ରଦାନ ବିହନ,ସାର ମିଳିବାରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି।ସେବା ସମବାୟ ସମିତି ସମ୍ପାଦକ ମାନେ ଗତ ଜୁନ ପହିଲାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ସରକାରଙ୍କ ଦ୍ୱାରା ପ୍ରଦତ୍ତ ୩୭ ଟି ଆଦେଶକୁ କେନ୍ଦ୍ର ବ୍ୟାଙ୍କ ଅଧିକାରୀମାନେ କାର୍ଯ୍ୟକାରୀ କରୁନଥିବା ଯୋଗୁଁ କର୍ମଚାରୀ ମହାସଂଘ ପକ୍ଷରୁ ବିରୋଧ କରାଯାଇଥିବା ଶୁଣିବାକୁ ମିଳିଛି।ସଂଘ୍ ଦାବି ହେଉଛି କ୍ୟାଡ଼ର ଭୁକ୍ତ କରିବା ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ଲାଗୁ କରିବା । ସମସ୍ତ ସେବା ସମବାୟ ସମିତି କର୍ମଚାରୀ ମାନଙ୍କୁ ଦରମା ବାବଦରେ ବାର୍ଷିକ ବଜେଟ ରଖିବା ଇତ୍ୟାଦି ଦାବି।ଗୁଡ଼ିକ ପୁରାଣ ପାଇଁ ଶାନ୍ତି ଶୃଙ୍ଖଳା।ଭାବେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଗରିବ ଚାଷୀ ମାନଙ୍କ ପଞ୍ଜିକରଣ,ସାର,ବିହନ, ଋଣ ବିମା ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ଚାଷୀଙ୍କ ଜୀବନ ଜୀବିକା କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବଂବ୍ୟାଙ୍କ ସମବାୟ ସମିତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ଆନ୍ଦୋଳନ ରତ ସେବା ସମବାୟ ସମିତି କର୍ମଚାରୀ ସଂଘ ଦାବି ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ