ଆଜି ତୃତୀୟ ନିର୍ଣ୍ଣାୟକ ଟି-୨୦

ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ବୁଧବାର ମୁମ୍ବାଇସ୍ଥିତ ୱାଙ୍ଖେଡଠାରେ ନିର୍ଣ୍ଣାୟକ ଟି-୨୦ ମ୍ୟାଚ ଖେଳାଯିବ । ଉଭୟ ଟିମ ମଧ୍ୟରେ ଖେଳାଯାଇଥିବା ଦୁଇଟି ମ୍ୟାଚରେ ଏକ ଏକ ମ୍ୟାଚ ଜିତି ବରାବର ସ୍ଥିତରେ ଥିବାବେଳେ ଆଜିର ମ୍ୟାଚ ଉପରେ ଉଭୟ ଦଳଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ତେବେ ୱାଙ୍ଖେଡ ଷ୍ଟାଡିୟମର ପିଚ ବ୍ୟାଟ୍ସମ୍ୟାନ ମାନଙ୍କୁ ସୁହାଉଥିବାରୁ ଆଜିର ମ୍ୟାଚରେ ଚଉକାଛକାର ବର୍ଷା ହେବ ବୋଲି ପୁର୍ବାନୁମାନ କରାଯାଉଛି । ଅନ୍ୟପଟେ କ୍ରିଡାପ୍ରେମୀଙ୍କ ନଜରରେ ବିରାଟ କୋହଲି ଓ ଲିନଡନ ସିମ ରହିବେ । କାରଣ ଉଭୟ ବ୍ୟାଟ୍ସମ୍ୟାନ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ଆଜିର ମ୍ୟାଚରେ ଇଣ୍ଡିଆନ ଟିମରେ ଦୁଇଟି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ମହମ୍ମଦ ସାମୀଙ୍କୁ ସାମିଲ କରାଯିବ ବୋଲି ଜଣାପଡିଥିବାବେଳେ ଏହି ମ୍ୟାଚ ପାଇଁ କୁଳଦୀପ ଯାଦବଙ୍କୁ ସ୍ଥାନ ମିଳିପାରେ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ