ଅଂଶୁଘାତରେ ପୂଜକ ମୃତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):କିଛି ଦିନ ହେବ ବେଲଗୁଣ୍ଠା ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ଅନୁଭବ ହେବା ସହ ଜନ ସାଧାରଣ ତତଲା କଡ଼େଇରେ ପଡ଼ି ଛଟପଟ ହେଉଛନ୍ତି I ଆଜି ଏହି ଅସହ୍ୟ ତାପମାତ୍ରା ଜଣେ ପୂଜକଙ୍କ ଜୀବନ ନେଇଥିବା ଜଣା ପଡିଛି I ଆଜି ବେଲଗୁଣ୍ଠା ଅଞ୍ଚଳରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍ ଉପରେ ରହିଥିବା ବେଳେ ଅଂଶୁଘାତରେ କଣେ ମନ୍ଦିର ପୂଜକଙ୍କ ଜୀବନ ଯାଇଛି I ସୂଚନା ପ୍ରକାରେ ଭଞ୍ଜନଗର ଲଣ୍ଡେଇସାହି ଅନ୍ତର୍ଗତ ରାମ ମନ୍ଦିର ସାହିର ପ୍ରଫୁଲ୍ଲ ସାବତ (୭୦) ଙ୍କ ମୃତ ଶରୀର ବେଲଗୁଣ୍ଠା ଥାନା ଅନ୍ତର୍ଗତ ଘୂ. ନୁଆଁଗାଆଁ ଠାରୁ କିଛି ଦୂରରେ ପଡିଥିବାର ଦେଖି ବେଲଗୁଣ୍ଠା ପୋଲିସ୍ କୁ ଖବର ଦେଇଥିଲେ I ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ସାହୁଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଥାନାରେ ୧୧/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହିତ ଏସ୍ଆଇ ଅଭୟ ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି । ମୃତ ପ୍ରଫୁଲ୍ଲ ବହୁବର୍ଷ ହେବ ନୂଆଁଗା ସନିମନ୍ଦିରର ପୂଜକ ଭାବେ କାମ କରୁଥିଲେ I ପ୍ରଫୁଲ୍ଲଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ ଏହା ଏକ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଆଲୋଚନା ହେଉଛି I ପ୍ରଫୁଲ୍ଲ ଜଣେ ନିହାତି ଗରୀବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ