ଆନ୍ତଃ ଜିଲ୍ଲା ଏଟିଏମ ଲୁଟେରା ମାଷ୍ଟର ମାଇଣ୍ଡ ଗିରିଫ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାର ରାତାରାତି ଏଟିଏମ ଲୁଟକରି ଚଞ୍ଚଲ୍ୟ ସୃଷ୍ଟି କରିଥିବା ଏଟିଏମର ମାଷ୍ଟର ମାଇଣ୍ଡ ଓ ତାର ସହଯୋଗୀ ଶଳାକୁ କୁ ରମ୍ଭା ପୋଲିସ ଗିରିଫ କରିଛି। ଯାହା ରମ୍ଭା ପୋଲିସ ପାଇଁ ବଡ଼ ସଫଳତା ।ଲୁଟେରା ଗ୍ୟାଙ୍କର ମାଷ୍ଟର ମାଇଣ୍ଡ ଛତ୍ରପୁର ବ୍ଳକର ସୀତାରାମପୁର ଗ୍ରାମର ହରି ରେଡ୍ଡୀ( ୫୨) ଓ ଗ୍ୟାଙ୍କର ପାଞ୍ଚଜଣିଆ ରୀତିମତ ଏଟିଏମ ଲୁଟ କରିବା ପୋଲିସର ମୁଣ୍ଡବଥାର କାରଣ ହୋଇପଡିଥିଲା। ଗତ ଜୁନ ଓ ଜାନୁଆରୀ ମାସରେ ପାଲୁର ଠାରେ ଏଟିଏମ ଲୁଟ କରି ଲକ୍ଷାଧିକ ଟଙ୍କା ହରି ଗ୍ୟାଙ୍କ ଲୁଟ କରିଥିଲେ। ଏନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲେ ମଧ୍ୟ ପୋଲିସ କୁ ସଫଳ ମିଳିନଥିଲା। ଦୁଇ ଦୁଇ ଥର ଏଟିଏମ ଲୁଟ ପରେ ଗତକାଲି ରାତିରେ ହରି ରେଡ୍ଡୀ ଓ ତିନିଜଣ ସହଯୋଗୀ ହୁମ୍ମା ଶୁଖୁଆ ହାଟ ନିକଟରେ ପୁଣୀ ଏକ ଏଟିଏମ ଲୁଟ କରିବା ପାଇଁ ଖସଡ଼ା ପ୍ରସୂତି କରୁଥିଲେ। ରମ୍ଭା ଆଇଆଇସି ସ୍ୱରୂପ କିଷାନ ଓ ତାଙ୍କର ଗୃହରଖି ଟିମ ଜାତୀୟ ରାଜପଥ ରେ ପେଟ୍ରୋଲିଂଗ କରୁଥିବା ବେଳେ ଶୁଖୁଆ ହାଟ ନିକଟରେ ତିନିଜଣ ଅନ୍ଧାରରେ ଦୌଡ଼ିପଳାଇବା ଦେଖି ପୋଲିସ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ମାଡି ବସିଥିଲେ।ପରେ ସେମାନଙ୍କୁ ରମ୍ଭା ଥାନଙ୍କୁ ଆଣିବା ପରେ ପୋଲିସ ମାଷ୍ଟର ମାଇଣ୍ଡ ହରି ବୋଲି ଜାଣିବାକୁ ପାଇଥିଲା।ରାତିସାରା ଜେରାପରେ ଚାରିଜଣ ଗ୍ୟାଙ୍କ ଆସିଥିବା ହରି ସ୍ୱୀକାର କରିବା ପରେ କୃଷପ୍ରସାଦ, ବେଲଗୁଣ୍ଠା, ହୁମ୍ମା, ଏବଂ ବ୍ରହ୍ମପୁର ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ସ୍ବୀକାର କରିଥିଲେ।ଜେରାବେଳେ ହରିବୁଦା ମୂଳେ ଲୁଚାଇ ରଖିଥିବା ୯୨ହଜାର ଟଙ୍କା ୧୩ଟି ଏଟିଏମ କାର୍ଡ, ଓ ଏଟିଏମ ଭାଙ୍ଗିବା ସାମଗ୍ରୀ ଜବତ କରିଛନ୍ତି। ହରିସହ ଅନ୍ୟ ଜଣେ ଧରାପଡୁଥିବା ଲୁଟେରା ହେଲା ତାର ଶଳା ପି. ରଘୁନାଥ ରେଡ୍ଡୀ । ତାର ଘର ଛତ୍ରପୁର ବ୍ଳକ ଲକ୍ଷ୍ମୀପୁର ।ହରିଗ୍ୟାଙ୍କ ନାମରେ ଗଞ୍ଜାମ, ଗଜପତି, ପୁରୀ ଜିଲ୍ଲାରେ ଏକାଧିକ ଏଟିଏମ ଲୁଟର ଅଭିଯୋଗ ରହିଛି ବିଭିନ୍ନ ଥାନାରେ ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ । ଏନେଇ ରମ୍ଭା ଥାନାରେ ଦୁଇଟି କେଶ ନମ୍ବର ୩୭, ୩୭୯ ରୁଜୁ ହୋଇଛି। ଏପରିକି ବେଲଗୁଣ୍ଠା, ବ୍ରହ୍ମପୁର, କୃଷ୍ଣପ୍ରସାଦ, ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଟିଏମ ଲୁଟ ନେଇ ଥାନାଗୁଡିକରେ ଏତଲା ରହିଛି। ଅନ୍ୟ ଚାରିଜଣଙ୍କୁ ଧରିବା ପାଇଁ ରମ୍ଭା ପୋଲିସ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟର ସହାୟତାରେ ଦୁଇଟି ଟିମ ଗଠନ ହୋଇଥିବା ଜଣାପଡିଛି।