ଆଉଟସୋର୍ସିଂ ପ୍ରଥା ଉଛେଦ ଦାବିରେ ସ୍ମାରକପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା):ନିୟମିତ ଚାକିରି ଦାବିରେ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ବାଲେଶ୍ୱର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ବାଲେଶ୍ୱର ଉପଜିଲାପାଳଙ୍କୁ ସାକ୍ଷାତ ସହ ସ୍ମାରକପତ୍ର ପ୍ରଦାଦ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ମହାସଂଘର ବାଲେଶ୍ୱର ଶାଖା ସଭାପତି ମନୋଜ କୁମାର ରାଉତ, ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ସାମାଜିକ ଗଣମାଧ୍ୟମ ସଂଯୋଜକ ସାନୁ କୁମାର ସାସମଲ, ସତ୍ୟଜିତ ଦତ, ନିତ୍ୟସୁନ୍ଦର ମଲ୍ଲିକ, ସୁଶାନ୍ତ କୁମାର ନାୟକ, ସସ୍ମିତା ପାଣିଗ୍ରାହୀ, ଶ୍ରୀଧର ପଟ୍ଟନାୟକ, ପୁଷ୍ପଲତା ସେଠୀ, ବିଶ୍ୱଜିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱଳ୍ପ ଦରମା ଓ ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ବି ଦିନ ରାତି ଏକ କରି ଶାସନର ମେରୁଦଣ୍ଡ ସାଜିଥିବା ଆଉଟସୋର୍ସିଂ କର୍ମଚାରୀମାନଙ୍କ ପ୍ରତି ସରକାରୀ ଉଦାସୀନତା କ୍ରମଶଃ ଅସହ୍ୟ ହୋଇପଡିଥିବା ସେମାନେ କହିଛନ୍ତି । ଏନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ବି ଏକ ଦାବିପତ୍ର ଦେଇଥିଛନ୍ତି । ତେବେ ଆସନ୍ତା ୭ ଦିନ ମଧ୍ୟରେ ସମସ୍ତ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରାନଗଲେ ସେମାନେ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ