ହାଫିଜ୍‌ ସଇଦ୍‌ ବିରୋଧରେ ଆତଙ୍କବାଦ ମାମଲା ରୁଜୁ କଲା ପାକିସ୍ତାନ

କରାଚୀ : ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହଫିଜ୍‌ ସଇଦ୍‌ ବିରୋଧରେ ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଲାହୋରର ଏହି ଆତଙ୍କ ନିରୋଧୀ କୋର୍ଟ ହାଫିଜ୍‌ ସମେତ ଅନ୍ୟ ତିନି ଜଣଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ହଫିଜ୍‌ ସଇଦ୍‌ଙ୍କ ଘନିଷ୍ଠ ସହଯୋଗୀ ହଫିଜ୍‌ ଅବଦୁଲ୍‌ ସଲାମ ବିନ୍‌ ମହମ୍ମଦ, ମହମ୍ମଦ ଅଶ୍ରଫ ଏବଂ ଜାଫର ଇକ୍‌ବାଲଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ଅର୍ଶଦ ହୁସେନ୍‌ ଭୁଟ୍ଟା ଏହି ମାମଲାର ବିଚାର କରିଥିବା ବେଳେ ସମସ୍ତଙ୍କ ବିରୋଧରେ ସାକ୍ଷୀ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଫିଜ୍‌ ବିରୋଧରେ ସମୁଦାୟ ୨୩ଟି ଏଫ୍‌ଆଇଆର ରୁଜୁ କରାଯାଇଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ