ଭାରତ ଫାଇନାନ୍ସ ଗ୍ରୁପ ର ମନମାନି..

କୋଦଳା, (ଗୁଲସନ କୁମାର କର):ଲୋକଙ୍କୁ ଲୋନ ଦେଇ ରାତି ଦଶ ଟା ରେ ପଇସା କଲେକ୍ସନ କରୁଛନ୍ତି ଏଜେଣ୍ଟ… ପଇସା ଦେବାରେ ବିଳମ୍ବ ହେଲେ ବିଭିନ୍ନ ଅଶାଳୀନ ଗାଳି ଦେବା ସହ ମୋବାଇଲ ଛଡେଇ ନେବା ଭଳି ସଙ୍ଗିନୀ ଅଭିଯୋଗ କରିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ସାଙ୍କୁଡ଼ା ଗ୍ରାମର କିଛି ମହିଳା | ସୂଚନା ମୁତାବକ ସାଙ୍କୁଡ଼ା ଗ୍ରାମର ଜୈନକ ମହିଳା କୋଦଳା ସ୍ଥିତ ଭାରତ ଫାଇନାନସ ରୁ ଲୋନ ଆଣିଥିଲେ | କିନ୍ତୁ କିଛି ମାସ ସଠିକ ସମୟରେ ପଇସା ଡିପୋଜିଟ କରିଥିବା ବେଳେ ଶନିବାର ଦିନ ଡିପୋଜିଟ କରିବାରେ ମାତ୍ର କିଛି ସମୟ ବିଳମ୍ବ ହେବାରୁ କଲେକ୍ସନ କୁ ଆସିଥିବା ଦୁଇ /ତିନି ଜଣ ଏଜେଣ୍ଟ ଉକ୍ତ ମହିଳା ଙ୍କ ଘର ସାମ୍ନା ବସି ରହି ମହିଳାଙ୍କୁ ବିଭିନ୍ନ ପ୍ରକାର ଅଶାଳୀନ ବ୍ୟବହାର କରିବା ସହିତ ମହିଳା ଜଣଙ୍କର ମୋବାଇଲ ନେଇ ପଳେଇ ଯାଇଥିଲେ | ପରେ ଉକ୍ତ ମହିଳା ତାଙ୍କ ସ୍ୱାମୀ ଙ୍କୁ ଏ ବିଷୟରେ ଅବଗତ କରାଇଥିଲେ | ଭୁବନେଶ୍ୱର ରେ ଏକ ପ୍ରାଇଭେଟ ସଂସ୍ଥା ରେ କାମ କରୁଥିବା ମହିଳାଙ୍କ ସ୍ୱାମୀ ଏ କଥା ଶୁଣି ଭୁବନେଶ୍ୱର ରୁ ସାଙ୍କୁଡ଼ା ଆସିଥିଲେ | ତାଙ୍କ ଅଭିଯୋଗ ଅନୁସାରେ ମୋ ଘରେ କେହି ମୁରବୀ ନଥିବା ବେଳେ ଭାରତ ଫାଇନାନସ ର ଏଜେଣ୍ଟ ଘରକୁ ଆସି ମୋବାଇଲ ନେଇଯିବା କେତେ ଦୂର ଠିକ | ଯାହାକୁ ନେଇ ସେ ଥାନା ର ଆଶ୍ରୟ ନେବେ ବୋଲି କହିଛନ୍ତି | ଏଠାରେ ପ୍ରଶ୍ନ ଉଠୁଛି ଭାରତଫାଇନାନସ କମ୍ପାନୀ ର କେଉଁ ଆଧାର ରେ ମୋବାଇଲ ନେବା ଏଵଂ ଲୋକଙ୍କୁ ଅଶାଳୀନ ବ୍ୟବହାର କରିବା କେତେଦୂର ଠିକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ