ରୋଗାକ୍ରାନ୍ତ ମହିଳାଙ୍କ ଆତ୍ମ ହତ୍ୟା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅର୍ନ୍ତଗତ ସିଙ୍ଗିପୁର ପଞ୍ଚାୟତର ରତ୍ନମଣିପୂର୍ ଗ୍ରାମରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମହିଳା ଜଣକ ହେଲେ ସନ୍ତୋଷ ସାହୁ (୩୮).ଙ୍କ ସ୍ତ୍ରୀ କୁନି ସାହୁ (୩୨) ବୋଲି ଜଣାପଡ଼ିଛି। ଏନେଇ ପାଟପୁର ପୋଲିସ ଏକ ଅପମୃତ୍ୟୁ ୧୦/୨୩ ମାମଲା ରୁଜୁ କରିଛି। ଘଟଣାରୁ ଜଣାପଡ଼ିଛି କୁନି ସାହୁ ଙ୍କ ସ୍ଵାସ୍ଥ୍ୟ ସବୁବେଳେ ଅସୁସ୍ଥ ହୋଇ ରହୁଥିବା ବେଳେ ବିଭିନ୍ନ ସମୟରେ ମେଡ଼ିକାଲ ରେ ଚିକିତ୍ସା କରାଯାଉଥିଲେ ମଧ୍ୟ ସୁସ୍ଥ ହେଉନଥିଲେ।ନିଜକୁ ଅସହାୟ ମନେକରି ବିସ୍ତାପ ହେଉଥିଲେ। ଗତ ରାତ୍ର ପରିବାରର ସମସ୍ତେ ଭୋଜନ କରି ସୋଇଥିବା ବେଳେ ସକାଳୁ ଦେଖିବା।ବେଳକୁ ଅନ୍ୟ ଏକ ରୁମରେ କୁନି ବେକରେ ରସି ଲଗାଇ ଆତ୍ମ ହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ଦିଗପହଣ୍ଡି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ ଉପସ୍ଥିତ ଡ଼ାକ୍ତର କୁନି ସାହୁଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପାଟପୁର ପୋଲିସ ଖବର ପାଇ ମେଡ଼ିକାଲ ରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ କେଡିକାଲ ପଠାଇଥିବା ଜଣାପଡିଛି। ଘଟଣାର ତଦନ୍ତ ଚାଲିଥିବା ପାଟପୁର ପୋଲିସ ପକ୍ଷରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ