ପୁରୀ ରଥଯାତ୍ରା ପରିଚାଳନାର ସଫଳ ବିନ୍ଧାଣୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ପୋଲିସ୍‌ର ଦକ୍ଷ ରଣନୀତି ତଥା ଦୂରଦୃଷ୍ଟି ଯୋଗୁଁ ଚଳିତବର୍ଷ ପୁରୀ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବେଶ୍ ସୁରୁଖୁରରେ ସମ୍ପନ୍ନ ହୋଇଯାଇଛି । ପ୍ରାୟ ୨୫ରୁ ୩୦ ଲକ୍ଷ ଲୋକଙ୍କୁ ନେଇ ଅନୁଷ୍ଠିତ ଏହି ଯାତ୍ରାରେ ଆଇନ ଶୃଙ୍ଖଳା ପରିସ୍ଥିତି ଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ୟା, ଗୁଳୁଗୁଳିରୁ ବଞ୍ôଚବା ପାଇଁ ପାଣି ସିଞ୍ଚନ ଏବଂ ଫାଷ୍ଟଏଡ୍ ସେବା ସବୁଥିରେ ଓଡ଼ିଶା ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ସ୍ୱେଚ୍ଛାସେବୀ ନିଯୁକ୍ତ ହୋଇଥିଲେ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥଙ୍କ ପ୍ରତି ସମର୍ପଣଭାବ ପୋଲିସ୍ ବାହିନୀକୁ କାର୍ଯ୍ୟ କରିବାକୁ ଅଧିକ ଉତ୍ସାହ ଯୋଗାଇଥିଲା ।ପୂର୍ବରୁ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେଉଥିଲା । ଏପରିକି ଦଳାଚକଟାରେ ଏକାଧିକ ଭକ୍ତ ମୃତ୍ୟୁବରଣ କରିବା ସହ ଅନେକ ଆହତ ଭଳି ଦୁଃଖଦ ଖବର ସାମନାକୁ ଆସୁଥିଲା । ପ୍ରାକୃତିକ ଦୁର୍ବିପାକ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ବିଶ୍ୱରେ ଏକ ରୋଲ ମଡ଼େଲ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଥିବା ବେଳେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବା ମଧ୍ୟ ରାଜ୍ୟ ପାଇଁ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି । ଖାସ୍ କରି ସେଣ୍ଟ୍ରାଲ ରେଞ୍ଜ ଆଇଜି ଆଶିଷ ସିଂ ପୂର୍ବରୁ ପୁରୀର ଏସ୍‌ପି ଥିବାବେଳେ ସହରର ଚ୍ୟାଲେଞ୍ଜିଂ ବିଷୟ ଗୁଡ଼ିକରେ ବେଶ୍ ଭଲଭାବେ ଅବଗତ ଥିଲେ । ବର୍ତ୍ତମାନର ଏସ୍‌ପି କେ. ଭିଶାଲ ସିଂଙ୍କ ଲୋକସମ୍ପର୍କ ମଧ୍ୟ ଅତି ଉତ୍ତମ ରହିଥିବାରୁ ପୋଲିସ୍ ବ୍ୟବସ୍ଥାରେ କୌଣସି ତ୍ରୁଟି ବିଚ୍ୟୁତି ଦେଖାଯାଇ ନଥିଲା, ବରଂ ସଫଳତା ଆଣି ଦେଇଥିଲା । ଏହି ସମୟରେ ଦେଶ ବିଦେଶରୁ ଅନେକ ଭିଆଇପି ସହରକୁ ଆସୁଥିବାରୁ ପୋଲିସ୍ ପାଇଁ ଏହା ଏକ ଚ୍ୟାଲେଞ୍ଜ ହୋଇଥାଏ । ଏହି ଚ୍ୟାଲେଞ୍ଜକୁ ମଧ୍ୟ ଏକ ସୁଯୋଗରେ ପରିଣତ କରି ରାଜ୍ୟ ପାଇଁ ସୁନାମ ଆଣିଦେଇଛି ଓଡ଼ିଶା ପୋଲିସ୍ । ଏହି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନ୍ୟ ଏକ ଦୃଷ୍ଟିରୁ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ସେବାୟତମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ତଥା ସମନ୍ୱୟ ଯୋଗୁଁ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପନ୍ନ ହୋଇଥିଲା । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ବ୍ୟକ୍ତିଗତ ଭାବେ ଏସବୁର ତଦାରଖ କରୁଥିଲେ । ମୋଟ ଉପରେ କହିବାକୁ ଗଲେ ଚଳିତବର୍ଷର ରଥଯାତ୍ରା ଇତିହାସରେ ଏକ ମାଇଲ୍‌ଖୁଣ୍ଟ ଭାବେ ପରିଗଣିତ ହେବ । ଏହାକୁ ସୁଚାରୁ ରୂପେ ସମ୍ପନ୍ନ କରିଥିବାରୁ ଓଡ଼ିଶା ପୋଲିସ୍‌ର ବରିଷ୍ଠ ଅଧିକାରୀ ଅତିରିକ୍ତ ପୋଲିସ୍ ଡିଜି ଆଇନ୍ ଶୃଙ୍ଖଳା ସଞ୍ଜୟ କୁମାର, ଅତିରିକ୍ତ ପୋଲିସ୍ ଡିଜି ତଥା ପରିବହନ ଆୟୁକ୍ତ ଅମିତାଭ ଠାକୁର, ସେଣ୍ଟ୍ରାଲ ରେଞ୍ଜ ଆଇଜି ଆଶିଷ ସିଂ, ଡିଆଇଜି ଅଖିଳେଶ୍ୱର ସିଂ, ଡିଆଇଜି ତଥା ଅତିରିକ୍ତ ପୋଲିସ୍ କମିଶନର ଉମାଶଙ୍କର ଦାସ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଏସ୍‌ପି କେ. ଭିଶାଲ ସିଂ ଏବେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ