ସଂଗ୍ରାମୀ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତି ଉନ୍ମୋଚନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସହରର ସୈାନ୍ଧର୍ଯ୍ୟକରଣ ଅବସରରେ ପ୍ରଭାବିତ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତିକୁ ଜିଲ୍ଲାର ପ୍ରମୁଖ ବିଶିଷ୍ଟ ଲୋକମାନଙ୍କ ଗହଣରେ ଆଡମ୍ବର ସହକାରେ ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଗୋପସ୍ଥିତ ତୁଳସୀ ପାର୍କ ନିକଟରେ ଉନ୍ମୋଚିତ କରାଯାଇଛି । ଏହି ଉତ୍ସବରେ ଉଦଘାଟକ ଭାବେ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ ଯୋଗଦେଇ ବିପ୍ଲବୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ମୁଖ୍ୟ ଅତିିଥି ଭାବେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଯୋଗଦେଇ ବିପ୍ଳବୀ ଜେନାଙ୍କ ଜୀବନାବଳୀ ଉପରେ ଆଲୋଚନା କରିବା ସହ ଏକ ‘ଦୁଃଖିନୀ କନିକା’ ପୁସ୍ତକ ଲୋକାର୍ପଣ କରିଥିଲେ ।ଏଥିସହିତ ସେ କହିଥିଲେ ଯେ ସ୍ୱର୍ଗତ ଜେନାଙ୍କ ଭଳି ଜଣେ ମହାନ ବିପ୍ଳବୀଙ୍କ ଦୁଃଖିନୀ କନିକା ପୁସ୍ତକକୁ ଇଂରେଜ ସରକାର ବାଜ୍ୟାପ୍ତି କଲା ପରେ ମହାତ୍ମା ଗାନ୍ଧୀଙ୍କ ସାପ୍ତାହିକ ପତ୍ରିକା ୟଙ୍ଗ ଇଣ୍ଡିଆ ରେ ଏସମ୍ପର୍କରେ ପ୍ରକାଶ ପାଇଥିଲା । ଯାହାକି ସାରା ଭାରତବର୍ଷରେ ଚହଳ ସୃଷ୍ଟି କରିଥିଲା । ଏହାକୁ ପଢି ଜାତୀୟ ସ୍ତରର ନେତା ଲାଲାଲଜପତ ରାୟ, ମଦନ ମୋହନ ମାଲବ୍ୟ, ଭି.ବି. ଗିରି, ଚିତ୍ତରଞ୍ଜନ ଦାସ ପ୍ରମୁଖ ହତବାକ ହୋଇଯାଇଥିଲେ । ପରେ ପରେ ଆନନ୍ଦ ଚନ୍ଦ୍ର ଜେନାଙ୍କ ସହ ପରିଚିତ ହୋଇଥିଲା । ଏହି ପରି ଆନନ୍ଦ ଜେନା ୭ ଗୋଟି ପୁସ୍ତକ ରଚନା କରିଥିଲେ । ବନ୍ଦିରେ ଥାଇ ଗୋପବନ୍ଧୁ ଦାଶ ବିପ୍ଳବୀ ଜେନାଙ୍କୁ ଦୁଃଖିନୀ କନିକା ନାମରେ ସମ୍ବୋଧିତ କରିଥିଲେ । ବିପ୍ଳବୀ ଜେନାଙ୍କ ୪୨ ଏକର ସ୍ଥାବର ଅସ୍ଥାବର ସଂପତିକୁ ନିଲାମ କରାଯାଇଥିଲା ଏବଂ ଇଂରେଜ ସରକାର ଓ କନିକା ରାଜା ମିଶି ବିପ୍ଳବୀ ଜେନାଙ୍କୁ ଖାଦ୍ୟରେ ବିଷ ମିଶାଇ ୧୯୪୬ ମସିହାରେ ମାରିଦେଇଥିଲେ । ଯାହା ଫଳରେ ସେ ଦେଶ ସ୍ୱାଧୀନତା ଦେଖିବାରୁ ବଞ୍ଚିତ ହୋଇଥିଲେ । ଆନନ୍ଦ ଚନ୍ଦ୍ରଙ୍କ ପ୍ରଦର୍ଶିତ ଆଦର୍ଶ, ତ୍ୟାଗ, ନିଷ୍ଠା, ସମାଜସେବା ପ୍ରଭୃତିକୁ ଅନୁସରଣ କରିବା ପାଇଁ ଉପସ୍ଥିତ ଜନାତାଙ୍କୁ ସେ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲ, ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି, ମକର ଦାସ, ଶିକ୍ଷାବିତ ପ୍ରଫେସର ନନ୍ଦ କିଶୋର ପରିଡା, ଜିଲ୍ଲା ଓକିଲ ସଂଘ ସଭାପତି ବିଚିତ୍ରାନନ୍ଦ ମହାନ୍ତି, ପୈାର ପରିଷଦର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ବିଶ୍ୱାଳ, କେନ୍ଦ୍ରାପଡା ତହସିଲଦାର ଅଞ୍ଜଳୀ ତରାଇ ପ୍ରମୁଖ ଯୋଗଦେଇ ବିପ୍ଳବୀ ଜେନାଙ୍କ ଜୀବନାବଳି ଉପରେ ଆଲୋକପାତ କରିଥିଲେ । ପ୍ରତିମୂର୍ତି ଉନ୍ମୋଚନ ଉତ୍ସବରେ ସ୍ଥାୟୀ ସଭାପତି କରୁଣାକର ଦାସ ସଭାପତିତ୍ୱ କରିଥିଲେ । ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଜୟନ୍ତୀକୁ ପ୍ରଶାସନ ଜରିଆରେ ଜିଲ୍ଲା ସ୍ତରରେ ପାଳନ କରିବାକୁ ଦାବୀ କରାଯିବା ସହ ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ବିପ୍ଳବୀଙ୍କ ଜୀବନାବଳୀ ବଂଟନ କରାଯାଇଥିଲା । ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ସଂପାଦକ ରମଣୀ ରଞ୍ଜନ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତୁଳସୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ. ପ୍ରମିଳା ରାଣୀ ବେହେରା, ଡଃ ମଥୁରୀ ଚରଣ ନାୟକ, ଛେଣ୍ଡିପଦା କଲେଜର ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର ପ୍ରଧାନ, ଗବେଷକ ନିରଞ୍ଜନ ମେକାପ, ଜିଲ୍ଲା ବିଜେଡି ଯୁବ ସଭାପତି ରାଜେଶ ଦାସ, ସମାଜସେବୀ ରଞ୍ଜିିତ ସାହୁ, କାଉନସିଲର ଉମେଶ ଚନ୍ଦ୍ର ନାୟକ, ଅଭୟ ବେହେରା, ଚୈାଧୁରୀ ସୁକୁମାର ଦାସ, ସହ ସଂପାଦକ କିଶୋର ଚନ୍ଦ୍ର ପ୍ରଧାନ, ଧିରେନ୍ଦ୍ର ଦାସ, ସତ୍ୟବ୍ରତ ସିଂହ, ଅକ୍ଷୟପ୍ରିୟ ଦାସ, ସରକାରୀ ଓକିଲ ସଂଜୟ କୁମାର ଜେନା, ଶୁଭାଂଶୁ ଦାସ, ସେକ ସୈାକତ, ବୈଷ୍ଣବ ଚରଣ ସ୍ୱାଇଁ, ଦିଲ୍ଲୀପ କୁମାର ପରିଡା, ହରି ପ୍ରସାଦ କର, ଶ୍ରୀକାନ୍ତ ସାହୁ, କୈଳାସ ଚନ୍ଦ୍ର ନାୟକ, ସୁଧାଂଶୁ ପଣ୍ଡା, ମଧୁସୂଦନ ବାରିକ, , ଭବାନୀ ଓଝା, କୃଷ୍ଣ ଚନ୍ଦ୍ର ଜେନା, ଗୈାରାଙ୍ଗ ଚରଣ ସାହୁ, ପୂର୍ବତନ କାଉନସିଲର ପ୍ରକାଶ ପରିଡା, ଶିକ୍ଷାବିତ ଅଜୟ ସାମଲ ଓ ତୁଳସୀ ମହାବିଦ୍ୟାଳୟର ଛାତ୍ରୀବନ୍ଦ । ଶେଷରେ କାଉନପସିଲର ନିରାକାର ସ୍ୱାଇଁ କହିଥିଲେ ଯେ ୫ନଂ ୱାର୍ଡରେ ଏଭଳି ମହାନ ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିର୍ ସ୍ଥାପନ ହୋଇଥିବାରୁ ମୁଁ ଜିଲ୍ଲା ପ୍ରଶାସନ ଓ ଆନନ୍ଦ ଜେନା ସ୍ମୃତି କମିଟି, ଉପସ୍ଥିତ ସମସ୍ତ ଜ୍ଞାନୀ, ଗୁଣି ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ