କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରେଡ୍ ୟୁନିୟନ ସମନ୍ୱୟ ସମିତିର ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ କେନ୍ଦ୍ରାପଡାସ୍ଥିତ ବାସଭବନରେ ମିଳିତ ଟ୍ରେଡ ୟୁନିୟନ ପକ୍ଷରୁ ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ଧଳଙ୍କ ତତ୍ତ୍ୱାବଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଓ ସରକାରୀ ସାହାଯ୍ୟ ସହଯୋଗ ବିଷୟରେ ଆଲୋଚନା କରଯାଇଥିଲା । କେନ୍ଦ୍ରାପଡା ଜିଲ୍ଲାର ୨୦୨୩ ନିମନ୍ତେ କର୍ମକର୍ତ୍ତା ଚୟନ ପରେ ମିଳିତ ଟ୍ରେଡ୍ ୟୁନିୟନ ପକ୍ଷରୁ ଏହା ପ୍ରଥମ ବୈଠକ ଥିଲା । ବୈଠକର ନିଷ୍ପତ୍ତି ଅନୁଯାଇ କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ, ଲାଞ୍ଚୁଆ ଅଧିକାରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ, ୨୦୧୮-୧୯ ଶ୍ରମ କାର୍ଯ୍ୟାଳୟରେ ପଡିରହିଥିବା ଫାଇଲ୍ ଗୁଡିକର ଅନୁମୋଦନ ଇତ୍ୟାଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ କେନ୍ଦ୍ରାପଡା ଜିଲ୍ଲା ମିଳିତ ସମନ୍ୱୟ ସମିତିର ସଭାପତି ଜଗଜୀବନ ଦାସ, ବରିଷ୍ଠ ଶ୍ରମିକ ନେତା ବାବାଜୀ ଧଳ, କାର୍ଯ୍ୟକାରୀ ସଭାପତି ମୁକ୍ତାର ଖାଁ, କୋଷାଧ୍ୟକ୍ଷ ଟୁନା ବାବୁ, ନେତ୍ରୀ କାଞ୍ଚନବାଳା ସ୍ୱାଇଁ, ଶିବ ନାଥ, ପ୍ରକାଶ ମହାନ୍ତି, ସଞ୍ଜୀବ ବାବୁ, ରଞ୍ଜନ ଲେଙ୍କା, ପ୍ରମୋଦ ପ୍ରଧାନ, ପ୍ରଶାନ୍ତ ତ୍ରିପାଠୀ ପ୍ରଭୃତି ବରିଷ୍ଠ ନେତୃବୁନ୍ଦ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ