ମରୈଗାଁ ପଞ୍ଚାୟତରେ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ

ହାଟଡିହିି, (ବିକାଶ ବିଶ୍ୱାଳ):ଯେଉଁ ଗରିବ ପରିବାର ଗୁଡିକ ଚାଳଘରେ ବାସ କରୁଥିବେ ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରି ଆବାସ ଯୋଜନା ଯୋଗାଇ ଦେବାକୁ ସରକାର ନିଷ୍ପତି ନେଇ ଲକ୍ଷ ଲକ୍ଷ ଆବାସ ଯୋଜନା ଘର ଯୋଗାଇ ଦେଇଛନ୍ତି । କିନ୍ତୁ ହାଟଡିହି ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପକ୍କାଘର ଥିବା ଲୋକଙ୍କୁ ଆବାସ ଯୋଜନା ଘର ମିଳୁଥିବାବେଳେ ଚାଳଘର ଲୋକଙ୍କୁ ପଚାରେ କିଏ ବୋଲି ଅଭିଯୋଗ ହେଉଛି । ଏହିପରି ଏକ ଅଭିଯୋଗ ଆସିଛି ମରୈଗାଁ ପଞ୍ଚାୟତର ବନ୍ତଳା ଗ୍ରାମରୁ । ଗ୍ରାମର ମଧୁମାଳତୀ ଜେନା କରିଥିବା ଅଭିଯୋଗ ଅନୁଯାଇ ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ପରିବାରର । ଏକ ଭଙ୍ଗା ଚାଳଘରେ ସପରିବାର ବାସ କରନ୍ତି । ତାଙ୍କ ସ୍ୱାମୀ ଜଗନ୍ନାଥ ଜେନା ରାଜ୍ୟ ବାହାରେ ରହି କାମଦାମ କରି ଯାହା ପଠାନ୍ତି ସେଥିରେ ପରିବାରଟି ଚଳେ । ୪ପରାଣୀ କୁଟୁମ୍ବକୁ ଧରି ସେମାନେ ଭଙ୍ଗାଘରଟିରେ ରହିଥାନ୍ତି । ସେ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାପାଇଁ ଆବେଦନ କରିଥିବାବେଳେ ବ୍ଲକ ପକ୍ଷରୁ ପିଇଓ ଏବଂ ଜିଆରଏସ ଯାଇ ତାଙ୍କ ଘରର ତଦନ୍ତ କରିବା ସହିତ ତାଙ୍କ ଚାଳଘରର ଫଟୋ ମଧ୍ୟ ଉଠାଇ ଆଣିଥିଲେ । ଏପରିକି କ୍ରମିକ ନଂ ୧୦ରେ ଓ ଆଇଡି ନମ୍ବର ୧୫୩୮୧୯୦୯୪ରେ ତାଙ୍କ ନାମ ମଧ୍ୟ ଉଲେଖ କରାଯାଇଥିଲା । ତଦନ୍ତ ସମୟରେ ଘର ପାଇଁ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ୧୦ହଜାର ଟଙ୍କା ଦିଆଯିବ ବୋଲି କହି କହିଥିଲେ । କିନ୍ତୁ ଏତେ ଟଙ୍କା ମୁଁ କେଉଁଠୁ ଆଣିବି ବୋଲି କହି ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିଥିଲି । ଟଙ୍କା ଦେଇ ନପାରିବାରୁ ତାଙ୍କ ଘରଟିକୁ କାଟି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ସେ ଏନେଇ କେନ୍ଦୁଝର ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡିଓଙ୍କୁ ଲିଖିତ ଭାବେ ଜଣାଇ ଏହି ଘଟଣାର ତଦନ୍ତ କରିବା ସହିତ ତାଙ୍କୁ ବାସଗୃହ ଯୋଜନାରେ ସାମିଲ କରାଇ ଘର ଯୋଗାଇ ଦେବାକୁ ମଧୁମାଳତୀ ନିବେଦନ କରିଛନ୍ତି । ଏ ସମ୍ପର୍କରେ ପିଇଓ ଏବଂ ଜିଆରଏସଙ୍କୁ ପଚାରିବାରୁ ସେ ଜଣେ ଯୋଗ୍ୟ ହିତାଧିକାରୀ ଓ ତାଙ୍କ ନାମ ଫନି ତାଲିକାରେ ରହିଛି ବୋଲି କହିବା ସହ ଟଙ୍କା ମାଗିବା ଅଭିଯୋଗ ସମ୍ପୁର୍ଣ୍ଣ ଭିତ୍ତୀହୀନ ବୋଲି କହିଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ