ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ନିବେଦିତା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଓଡ଼ିଶା ପ୍ରଶାସନିକ ସେବାରେ ୧୫୩ ନଂ ରେଙ୍କ ରଖି ଉତ୍ତୀର୍ଣ୍ଣ ହେଲେ ନିବେଦିତା ବିଶ୍ଵାଳ। ଗଞ୍ଜାମ ଆସ୍କା ବ୍ଲକ ବାଙ୍ଗରଡ଼ା ଗ୍ରାମର ମୂଳ ବାସିନ୍ଦା ହୋଇଥିବା ବେଳେ ସେ ବର୍ତ୍ତମାନ ଭଞ୍ଜନଗର ବଡକୋଦଣ୍ଡା ଠାରେ ପରିବାର ସହ ରହୁଛନ୍ତି। ବାପା ନିରଞ୍ଜନ ବିଶ୍ଵାଳ ମା ବନିତା ବିଶ୍ଵାଳ। ବାପା ଇଞ୍ଜନିୟରିଂ ସାରିବା ପରେ ବ୍ୟବସାୟ କରୁଥିବା ବେଳେ ମା ଜଣେ ଗୃହିଣୀ ଅଟନ୍ତି ।ନିବେଦିତା ସ୍ନାତକ ସାରିବା ପରେ ଭଞ୍ଜନଗର ଡାକଘର ଅଧୀନରେ ଗ୍ରାମୀଣ ଡାକ ସେବକ ଭାବେ କାର୍ଯ୍ୟରତ ଅଛନ୍ତି।ଚାକିରି କରିବା ପରେ ବି ନିବେଦିତା ପାଠ ପଢା ପ୍ରତି ଅଧିକ ଗୁରୁତ୍ଵ ଦେଇଥିଲେ ।ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହେବା ପରେ ମା ଙ୍କ ଆଶା ଓ ସ୍ବପ୍ନ ପୁରଣ ହୋଇଛି ବୋଲି କହିଛନ୍ତି। ଛୋଟ ବେଳୁ ନିବେଦିତା ପାଠ ପଢା ପ୍ରତି ଅଧିକ ରୁଚି ରଖିଥିଲେ। ଓଏଏସ ପରୀକ୍ଷା ରେ ସଫଳ ହେବା ପରେ ସମସ୍ତ ଶ୍ରେୟ ବାପା ମା ଓ ଗୁରୁଜନ ମାନଙ୍କୁ ଦେଇଛନ୍ତି ।ଏହା ସହ ଆଗକୁ ଯାହା ଦାୟିତ୍ଵ ମିଳିବ ନିଷ୍ଠାର ସହ କରିବି ବୋଲି କହିଛନ୍ତି।ବାପା ମଧ୍ୟ ବହୁତ୍ ଖୁସି ହେବା ସହ ପରିବାର ଓ ଅଞ୍ଚଳ ପାଇଁ ଝିଅ ଗୌରବ ଆଣିଛି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ