+୨ ପ୍ରଥମବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳ ଅଧିନ କେନ୍ଦ୍ରାପଡା ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ଏକ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲିପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ନବାଗତ +୨ ପ୍ରଥମ ବର୍ଷ କଳା ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯାଇଥିଲା । ଉତ୍ସବରେ ସମସ୍ତ ବିଭାଗୀୟ ମୁଖ୍ୟ ସେମାନଙ୍କ ବିଭାଗର ବିବରଣୀ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀମାନେ ଧର୍ଯ୍ୟ ଓ ଅଧ୍ୟବସାୟ ବଳରେ ନିଜର କର୍ତ୍ତବ୍ୟ, ପରିଶ୍ରମ ଏବଂ ସତ୍ୟନିଷ୍ଠ ଭାବନାକୁ ଜାଗ୍ରତ କରିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷା ବିଭାଗର ମୁଖ୍ୟ ଶୁଭାଶିଷ ଜେନା ସଭା ପରିଚାଳନା କରିବା ସହିତ ଧର୍ଯ୍ୟ, ଶୃଙ୍ଖଳା ଓ ର୍ୟାଗିଙ୍ଗ ବିହୀନ ବିଦ୍ୟାଳୟ ପରିସର ଗଠନ ନିମନ୍ତେ ପରାମର୍ଶ ଦେଇଥିଲେ । ସମାଜତତ୍ତ୍ୱ ବିଭାଗର ଅଧ୍ୟାପକ ମନୋଜ କୁମାର ଜେନା ବିଦ୍ୟାଳୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଇତିହାସ ବିଭାଗ ମୁଖ୍ୟ ସୁଧାଂଶୁ ଭୂଷଣ ସାହୁ ପୁସ୍ତକ କ୍ରୟ ଓ ଶୃଙ୍ଖଳିତ ଆଚରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ପ୍ରକାଶରଞ୍ଜନ ଦାସ ଛାତ୍ରଛାତ୍ରୀମାନଙ୍କ ଲକ୍ଷ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିବା ବେଳେ ଅଧ୍ୟାପିକା ମାନସୀ ନାୟକ ପାଠ୍ୟକ୍ରମ ସମ୍ପର୍କରେ ମତ ପ୍ରଦାନ କରିଥିଲେ । ପାଠାଗାର ନିମନ୍ତେ ପୁସ୍ତକ ଗୁଡିକ କିପରି ପ୍ରଦାନ କରାଯିବ ସେ ନେଇ ଅର୍ଥଶାସ୍ତ୍ର ବିଭାଗ ଅଧ୍ୟାପିକା ଅତସି ଜେନା ମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ଦମୟନ୍ତୀ ମହାରଣା ପୋଷାକ ପରିଧାନର ସମୟସୀମା ସମ୍ପର୍କରେ ମତ ପ୍ରଦାନ କରିଥିଲେ । ଶେଷରେ ଅର୍ଚ୍ଚନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କୋଷାଧ୍ୟକ୍ଷ କରୁଣାକର ବିହାରୀ ଓ ଦେବେନ୍ଦ୍ର କିଶୋର ସାହୁ ସଭା ପରିଚାଳନାରେ ସହଯୋଗ କରିଥରଲେ ।