ଅଵସର କାଳୀନ ସମ୍ବର୍ଧନା ସଭା

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ବିଦ୍ୟାଳୟ ପରିସର ରେ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଜେନାଙ୍କ ଅବସର କାଳୀନ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ବେହେରା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ମୁଖ୍ୟ ଅତିଥି ଭାବେ ଏବଂ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ସୀତାରାମ ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶ୍ରୀ ଜେନାଙ୍କ କାର୍ଯ୍ୟ ଶୈଳୀ କୁ ପ୍ରଶଂସା କରିବା ସହ ଉପଢ଼ୋକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ଏହି ଅଵସର ରେ ବିଦ୍ୟାଳୟ ର ଅନ୍ୟ ଶିକ୍ଷକ /ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ଅନ୍ୟସଦସ୍ୟ /ସଦସ୍ୟା ଓ ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତ ରେ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ଜେନା କୃତୀ ସମ୍ପର୍କ ରେ ଏକ ପୁସ୍ତକ ଉନ୍ମୋଚନ ହୋଇଥିଲା ଏବଂ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା, ବିଦ୍ୟାଳୟ ପରିସର ରେ ଥିବା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଉରା ନାହାକ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୁମୁଦ ବେହେରାଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ପରିଚାଳନା ରେ ସହଯୋଗ କରିଥିବା ବେଳେ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଅଜିତା ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ