ମାଣିତରା ପଞ୍ଚାୟତ କାର୍ଯ୍ୟ ଖସଡ଼ାରେ ଅନିୟମିତତା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତରେ ପ୍ରସ୍ତୁତ ହୋଇଥିବା ୨୦୨୨-୨୩ ଓ ୨୦୨୩-୨୪ କାର୍ଯ୍ୟ ଖସଡ଼ା ପଞ୍ଚାୟତ ବୈଠକରେ ଅନୁମୋଦନ ନହୋଇ ବ୍ଲକ ଅଫିସରେ ଦାଖଲ ହୋଇଥିବା ନେଇ ମାଣିତରା ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚଙ୍କ ସମେତ ୧୫ ଜଣ ୱାର୍ଡ ମେମ୍ବର ଜୁଲାଇ ୩୧ ତାରିଖ ଦିନ ଛତ୍ରପୁର ଯାଇ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ପ୍ରକଳ୍ପ ନିର୍ଦ୍ଦେଶକ ମହୋଦୟଙ୍କୁ ଦାବିପତ୍ର ପ୍ରଦାନ କରି ଆଲୋଚନା କରି ଫେରିଥିବା ଜଣାପଡ଼ିଛି। ମାଣିତରା ପଞ୍ଚାୟତରେ ମୋଟ ୱାର୍ଡ ସଂଖ୍ୟା ୧୮ ହୋଇଥିବା ବେଳେ ଦୁଇ ଜଣ ଅନ୍ୟତ୍ର କାର୍ଯ୍ୟ କରିବାକୁ ଯାଇଥିବା ବେଳେ ଅବଶିଷ୍ଟ ସମସ୍ତ ୧୬ ଜଣ ୱାର୍ଡ ମେମ୍ବର ସରପଞ୍ଚ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ଜୁଲାଇ ୩୦ ତାରିଖ ଦିନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁମୋଦନ ନହୋଇ କିପରି କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କଲ ବୋଲି ପଚାରିଥିଲେ। ଉତ୍ତରରେ ସରପଞ୍ଚ ଶ୍ରୀ ବେହେରା କହିଲେଯେ ମୁଁ କିଛି ଜାଣିନାହିଁ, ସବୁ ପ୍ରଫୁଲ ପଣ୍ଡା କରିଛନ୍ତି। ଯାହା ଫଳରେ ସମସ୍ତ ୱାର୍ଡ ମେମ୍ବର ଅଫିସରୁ ଫେରି ଆଲୋଚନା କରି ୩୧ ତାରିଖ ଦିନ ସମସ୍ତ ୧୬ ଜଣ ୱାର୍ଡ ମେମ୍ବର ( ନାଏବ ସରପଞ୍ଚ ସମେତ ) ଏହି ଅନିୟମିତତା ବିଷୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅଭିଯୋଗ ପତ୍ର ଧରି ଯାଇଥିଲେ। ମାତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ପ୍ରକଳ୍ପ ନିର୍ଦେଶକ, ଛତ୍ରପୁର ଙ୍କୁ ଅଭିଯୋଗ ପତ୍ର ଦେଇ ଅନିୟମିତତା ନେଇ ସମସ୍ତ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚ ପ୍ରକାଶ କରିଥିଲେ। ପିଡ଼ି ମହୋଦୟ ୱାର୍ଡ ମେମ୍ବରଙ୍କ ଉପସ୍ଥିତ ରେ ବୁଗୁଡା ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ। କୌଣସି ବୈଠକ ନକରି କିମ୍ବା ନିର୍ବାଚିତ ପ୍ରତିନିଧି ୱାର୍ଡ ମେମ୍ବରମାନଙ୍କ ମତାମତ ନଦେଇ ପ୍ରଫୁଲ ପଣ୍ଡାଙ୍କ ନିର୍ଦ୍ଦେଶରେ ଯେପରି ଗଣତନ୍ତ୍ରକୁ ହତ୍ୟା କରାଯାଇଛି, ସେହି ବିଷୟ ନେଇ ବୁଗୁଡା ବିଡ଼ିଓ ମହୋଦୟ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ