ହୋଟେଲ ମାଲିକଙ୍କୁ ଆକ୍ରମଣ ଅଭିଯୋଗ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କେ.ନୂଆଗାଁ ଥାନା ଦେଖାଳି ଛକ ରେ ହୋଟେଲ କରିଥିବା ରାଜେନ୍ଦ୍ର ପାତ୍ର ଙ୍କୁ ବୁଧବାର ସନ୍ଧ୍ୟାରେ ଦୁଇଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଜଣାପଡିଛି। ତାଙ୍କୁ ଉଭୟେ ମାଡ଼ ମାରିବା ସହ ମାଉଜର ଦେଖାଇ ୩ ହଜାର ଟଙ୍କା ଲୁଟି ନେଇଛନ୍ତି। ଜଣାପଡିଛି।ସନ୍ଧ୍ୟା  ପ୍ରାୟ  ୫ ଟାରେ ରାଜେନ୍ଦ୍ର ହୋଟେଲ ରୁ ଘରକୁ ଯାଉଥିବା ଥିବା ବେଳେ ମଙ୍କି କ୍ୟାପ ପିନ୍ଧିଥିବା ୨ ଦୁର୍ବୃତ୍ତ ଏକ ବାଇକ ରେ ଆସି ତାଙ୍କୁ ଅଚାନକ ଆକ୍ରମଣ  କରିଥଲେ।  ଜଣେ ଦୁର୍ବୃତ୍ତ ତାଙ୍କ ଗାଲ କୁ ନିର୍ଘାତ ଚାପୁଡ଼ା ମାରିଥିଲେ।ଅନ୍ୟ ଜଣେ ଦୁର୍ବୃତ୍ତ ତାଙ୍କୁ ମାଉଜର ଦେଖାଇ ତାଙ୍କ ସାର୍ଟ ପକେଟ ରେ ଥିବା ୩ ହଜାର ଟଙ୍କା ଛଡାଇ ନେଇଥିଲେ।  ୫୦ ହଜାର ଟଙ୍କା ଦାଦା ବଟି ଦେବୁ ନଚେତ ତୋତେ ଜିବନରେ ମାରିଦେବାକୁ ଧମକ ଦେଇ ବାଇକ ଯୋଗେ ଦୁର୍ବୃତ୍ତ ଦ୍ୱୟ ଚିକିଟି ରାସ୍ତା ରେ ଚମ୍ପଟ ମାରିଥିଲେ। ରିପୋର୍ଟ ଲେଖାହେବା ସୁଦ୍ଧା ଏନେଇ କେ.ନୂଆଗାଁ ଥାନାରେ କୌଣସି ଏତଲା ହୋଇନଥିବା ଜଣାପଡିଛି।ଏନେଇ କେ.ନୂଆଗାଁ ଥାନା ଆଇ ଆଇ ସି ମୃତ୍ୟୁଞ୍ଜୟ ସ୍ୱାଇଁ ଙ୍କୁ ପଚାରିବାରୁ ଏତଲା ମିଳିନି। ଏତଲା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ