କେନ୍ଦ୍ରାପଡା ମୁଖ୍ୟ କେନାଲରେ ପାଣି ଛଡାଯିବାକୁ ନେଇ ଜଳସେଚନ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଆଲୋଚନା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଗୋବରୀ କେନାଲ ସମେତ ଅନ୍ୟ ମୁଖ୍ୟ କେନାଲ ଗୁଡିକରେ ଚାଷକାର୍ଯ୍ୟ ନିମନ୍ତେ ପାଣି ଛଡାଯିବାକୁ ନେଇ କେନ୍ଦ୍ରାପଡା ଜଳସେଚନ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଣ୍ଡୁଳୀଠାରେ ଭରପୁର ପାଣି ସତ୍ୱେ ଆବଶ୍ୟକୀୟ ପାଣି କେନାଲ ଗୁଡିକରେ ଆସିପାରୁନାହିଁ । ଯାହାଦ୍ୱାରା ଚାଷ କାର୍ଯ୍ୟ ବର୍ଷା ଅଭାବରୁ ଜଳସେଚୀତ ଅଂଚଳ ଗୁଡିକ ଭିଷଣ ଭାବେ କ୍ଷତିଗ୍ରସ୍ତ ହେଉଛି । ଅଧିକ୍ଷଣ ଯନ୍ତ୍ରୀ ମହେଶ ଚନ୍ଦ୍ର ସେଠୀ ଏବଂ ସହକାରୀ ଯନ୍ତ୍ରୀ ଧରଣୀଧର ବେହେରାଙ୍କ ସହ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ସଭାପତି ଡକ୍ଟର ଉପେନ୍ଦ୍ର ନାଥ ପ୍ରଧାନ, ସମ୍ପାଦକ କରୁଣାକର ଦାସ, ବିକାଶ ସାମ୍ମୁଖ୍ୟର ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, କର୍ମକର୍ତ୍ତା ବୈଷ୍ଣବ ଚରଣ ସ୍ୱାଇଁ, ସୁରେଶ ଚନ୍ଦ୍ର ପଟ୍ଟନାୟକ ଓ ଅମୀୟ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ । ଜଳସେଚନ ଡିଭିଜନ ପକ୍ଷରୁ ଦୁଇଦିନ ଭିତରେ କେନାଲରେ ଭରପୁର ପାଣି ଛଡାଯିବ ବୋଲି ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ