ଜିଲ୍ଲା ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ଉପଲକ୍ଷେ ଚତୁର୍ଥ ଦିବସରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଚତୁର୍ଥ ଦିବସରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ପ୍ରାଥମିକ ସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ଅକ୍ଷଜ ମହାପାତ୍ର, ଦି ନିୟୁ ଏଜ୍ ୟୁରୋ ସ୍କୁଲ ପ୍ରଥମ ସ୍ଥାନ, ଆର୍ୟନ ପ୍ରଧାନ, କେନ୍ଦ୍ରୀୟ ବିଦ୍ୟାଳୟ, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ମଧୁସ୍ମିତା ବେହେରା, ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଉଚ୍ଚ ବିଦ୍ୟାଳୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ବିଘ୍ନେଶ କୁମାର ଚୌଧୁରୀ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଆର.ଆଦିତ୍ଯ କୁମାର,ଓଡିଶା ଆଦର୍ଶ ବିଦ୍ୟାଳୟ,ଚମାଖଣ୍ଡିର ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଶୁଭମ କୁମାର ସାହୁ, ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ମହା ବିଦ୍ୟାଳୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ଅନିଲ ପ୍ରଧାନ,ପ୍ରତିଭା ଆବାସିକ ବିଦ୍ଯାଳୟର ପ୍ରଥମ ସ୍ଥାନ, ଶୁଭଶ୍ରୀ ନାୟକ, ଛତ୍ରପୁର ମହିଳା ମହାବିଦ୍ୟାଳୟ ର ଦ୍ଵିତୀୟ’ ସ୍ଥାନ,ରୁଦ୍ରାନ୍ତିକା ପଣ୍ଡା ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।ଉକ୍ତ କୁଇଜ ପ୍ରତିଯୋଗିତା ରେ କୁଇଜ ମାଷ୍ଟର ଡଃ ଭି.ରାଜେନ୍ଦ୍ର ରାଜୁ ଯୋଗଦେଇଥିଲେ ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରତିଯୋଗିତା ଆୟୋଜନରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ