ହରିହର ନୋଡାଲ ସ୍କୁଲରେ ପୋଷାକ ବଣ୍ଟନ ଉତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି):ମନ ଦେଇ ପାଠ ପଢିଲେ ଭବିଷ୍ୟତରେ ବଡ ମଣିଷ ହୋଇପାରିବ ବୋଲି ଆଜି ବନ୍ତ ବ୍ଲକ ନିଳୋକ ହରିହର ନୋଡାଲ ଉପ୍ରା ବିଦ୍ୟାଳୟରେ ଅନୁଷ୍ଠିତ ପୋଷାକ ବଣ୍ଟନ ଉତ୍ସବରେ ଅତିଥି ମାନେ କହିଥିଲେ । ପ୍ରଧାନ ଶିକ୍ଷକ ବଟକୃଷ୍ଣ ସେଠୀଙ୍କ ତତ୍ତ୍ୱାବଧାନ ତଥା ପରିଚାଳନା କମିଟିର ସଭାପତି କହ୍ନେଇ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ହରେକୃଷ୍ଣ ଆପଟ, ଏବିଇଓ ପ୍ରମୋଦ କୁମାର ପଣ୍ଡା, ସିଆରସିସି କୂଳପ୍ରଭା ସୁଆର, ସରଞ୍ଚ ରଜନୀ ସେଠୀ, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ ଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ନିରାକର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଶେଷଦେବ ଜେନା, ରତିକାନ୍ତ ନାୟକ, ସୁରେନ୍ଦ୍ର କୁମାର ପଣ୍ଡା, ଶିକ୍ଷୟିତ୍ରୀ ରାଧାରାଣୀ ସେଠୀଙ୍କ ସମେତ ପରିଚାଳନା କମିଟିର ସଭ୍ୟାସଭ୍ୟ ସହଯୋଗ କରିଥିଲେ । ଏହି ଅବସରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ୧୪୧ଜଣ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ କରି ପୋଷାକ ବଣ୍ଟନ କରାଯାଇଥିଲା । ସେହିପରି ଛୟାଳସିଂହ ହରିହାଟ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିଆରସିସି ଗିରିଜା ଶଙ୍କର ଲେଙ୍କା, ସରପଞ୍ଚ ଏସ୍.ଧଳ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବସନ୍ତ ବାରିକ, ଶିକ୍ଷକ ବିଜୟ ମହାନ୍ତିଙ୍କ ସମେତ ପରିଚାଳନା କମିଟିର ସଭ୍ୟାସଭ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ୪୦ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ କରି ପୋଷାକ ବଣ୍ଟନ କରାଯାଇଥିଲା ।


