ଯୋଗ ଶିବିର ଓ ଯୋଗ ମନ୍ଦିର (ପିରାମିଡ଼୍‌)ର ଉଦ୍‌ଘାଟନ

ବାଲେଶ୍ୱର, (ସରୋଜ ପଣ୍ଡା):ଭଗବାନ କେଉଁଠି ଅଛନ୍ତି? ସେ କେଉଁଠାରେ ବିଦ୍ୟମାନ? ଏହା ବହୁ ସାଧକ ତଥା ଆଧ୍ୟାମିôକ ମାର୍ଗରେ ଅଗ୍ରଗାମୀ ଗବେଷଣାକାରୀଙ୍କୁ ଆନ୍ଦୋଳିତ କରେ ଯୁଗେ ଯୁଗେ । ଯୋଗ ମାଧ୍ୟମରେ ଭଗବାନଙ୍କୁ ନିଜ ଶରୀରରେ ଉପଲବ୍ଧି କରିବା ସହଜସାପେକ୍ଷ । ପାତଞ୍ଜଳି ଏହାକୁ ଆଗରୁ ସିଦ୍ଧାନ୍ତ କରିଛନ୍ତି । ଗତ ଏକ ଦଶନ୍ଧି ଧରି ପିରାମିଡ଼୍ ମେଡିଟେସନ୍ ସେଣ୍ଟର ଭାରତରେ ଓ ଭାରତ ବାହାରେ ଯୋଗ ମାଧ୍ୟମରେ ଆତ୍ମ ଉପଲବ୍‌ଧି, ରୋଗ ନିରାକରଣ ତଥା ମାନସିକ ଶାନ୍ତି ନିମନ୍ତେ ବିଭିନ୍ନ ସହରରେ ପିରାମିଡ଼ ସ୍ଥାପନ କରି ଆଧୁନିକ ସଭ୍ୟତାରେ ପ୍ରପୀଡ଼ିତ ଜୀବନକୁ ଶାନ୍ତିମୟ ଓ ରୋଗ ନିରାକରଣଣ ମାର୍ଗ ଦର୍ଶନ କରୁଛି ।ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସହରର ଚାନ୍ଦମାରୀ ପଡ଼ିଆରେ ଯୋଗଶିକ୍ଷକ ଶ୍ରୀମତୀ ଅବନ୍ତୀ ଦାସ ଓ ଅଖିଳ କୁମାର ଦାସଙ୍କ ଗୃହରେ କ ପିରାମିଡ଼୍ ସ୍ଥାପନର ଉଦ୍‌ଘାଟନ ଗତ ତା ୧୩-୦୮-୨୦୨୩ରିଖରେ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲେଶ୍ୱରର ପୂର୍ବତନ ଲୋକସଭା ସାଂସଦ ଇଞ୍ଜିନିୟର ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଜେନା ଓ ପିରାମିଡ଼୍ ମେଡିଟେସନ୍ ସେଣ୍ଟର (ପି.ଏମ୍‌.ସି)ର ଧ୍ୟାନରତ୍ନରେ ସମ୍ମାନିତ ହୋଇଥିବା ଶ୍ରୀ ପି.ଭି. ରାମାରାଜୁ ଏହି ଧ୍ୟାନ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ । ବାଲେଶ୍ୱର ବ୍ରିଟ୍‌ର ଚେୟାରମ୍ୟାନ୍ ଶ୍ରୀ ଆଲୋକ କୁମାର ସାହୁ ଅନ୍ୟତମ ଅତିଥି ଭାବେ ଏହି ସଭାରେ ଯୋଗଦେଇ ତାଙ୍କ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ଭୁବନେଶ୍ୱର, କଟକ ଓ ମୁମ୍ବାଇର ଧ୍ୟାନଶିକ୍ଷକମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।ଭୁବନେଶ୍ୱରର ବଳଭଦ୍ର ପିରାମିଡ଼୍ ସେଣ୍ଟରର ମୁଖ୍ୟ ଶ୍ରୀମତୀ ଇପ୍‌ସିତା ପୁଜାରୀ, କଟକର ସାରିକା ସରାଫ୍ ଆଦି ଅଭିଜ୍ଞ ଓ ବରିଷ୍ଠ ଯୋଗ ଶିକ୍ଷକ ଓ ତାଙ୍କ ସାଥୀମାନେ ଏଥିରେ ଯୋଗ ଦେଇ ତାଙ୍କର ଅନୁଭୂତି ବଖାଣିଥିଲେ । ଧ୍ୟାନରତ୍ନ ଶ୍ରୀ ପି.ଭି. ରାମାରାଜୁଙ୍କ ଦ୍ୱାରା ଯୋଗଶିକ୍ଷା ଓ ଯୋଗକ୍ରିୟା ସଂପାଦିତ ହୋଇଥିଲା । ସମସ୍ତ ଆମନ୍ତ୍ରିତ ଅତିଥି ଓ ଏହି ସଭାରେ ଯୋଗ ଦେଇଥିବା ଚାନ୍ଦମାରୀ ପଡ଼ିଆର ଅଧିବାସୀମାନେ ଯୋଗାଭ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚାନ୍ଦମାରୀ ପଡ଼ିଆର ବାସିନ୍ଦା ମୁଖ୍ୟତଃ ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ପରିଡ଼ା, ଅକ୍ଷୟ କୁମାର ତ୍ରିପାଠୀ, ମୁକୁନ୍ଦ ମୁରାରୀ ଦାସ, ଗୀତାଞ୍ଜଳି ସିଂ, ଦେବାଶିଷ ଦାସ, ଆଦିତ୍ୟ ବେହେରା, ରବୀନ୍ଦ୍ର ପାଣିଗ୍ରାହୀ, ବ୍ରଜ ସୁନ୍ଦର ପରିଡ଼ା, ଉତ୍ତମ କୁମାର ଶତପଥୀ, ବିଜୟ ଦାସଅଧିକାରୀ, ବନମାଳୀ ନାୟକ, ମମତା ମହାପାତ୍ର ଓ ପ୍ରଭାତ କୁମାର ସାହୁ ଆଦି ସହଯୋଗର ହାତ ବଢ଼ାଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ