ହାଟଡିହି ବ୍ଲକରେ ୭୭ତମ ସ୍ୱାଧିନତା ଦିବସ ପାଳିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୭ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟ ଠାରେ ବିଡିଓ ସୁଶ୍ରୀ ବିନିତା ବିଜୟିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ବ୍ୟକ୍ତିଗତ ସ୍ୱାର୍ଥରୁ ଉର୍ଦ୍ଧରେ ରହି ଦେଶମାତୃକାର ସେବା କରିବାପାଇଁ ସଙ୍କଳ୍ପ ନେବାକୁ ଆହ୍ୱାନ ଦେଇଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା ପ୍ରମୁଖ ଯୋଗଦେଇ ଦେଶକୁ ସ୍ୱାଧିନତା ଦେଇଥିବା ଜନ ନାୟକଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ଅଭିମନୁ୍ୟ ସେଠୀ, ଇଂ ରବିନ୍ଦ୍ର କୁମାର ସାହୁ, ହାଟଡିହି ସରପଞ୍ଚ ଚିନ୍ମୟ ନାୟକ, ଚିତ୍ତ ରଞ୍ଜନ ପାତ୍ର, ଗୌରାଙ୍ଗ ରଣା, ପ୍ରଦୀପ ଜେନାଙ୍କ ସମେତ ସମସ୍ତ ପଞ୍ଚାୟତର ସମିତିସଭ୍ୟ, ସଭ୍ୟା ପ୍ରମୁଖ ଯୋଗଦେଇ ଥିଲେ । ଜଳକଳଙ୍ଗ ସ୍କୁଲ ଓ ହାଟଡିହି ସରସ୍ୱତୀ ଶିଶୁମନ୍ଦିରର ଛାତ୍ରଛାତ୍ରୀମାନେ ଯୋଗଦେଇ ଜାତୀୟ ସଂଗୀତ ଗାନ କରିଥିଲେ । ବ୍ଲକର କେସିୟର ହରେକୃଷ୍ଣ ପ୍ରଧାନ, ବରିଷ୍ଠ କିରାଣୀ ଶ୍ରବଣ ପରିଡା, ଜିପିଓ ନବୀନ ଚନ୍ଦ୍ର ନାୟକ, ସିପି ସୁବ୍ରତ କୁମାର ନାୟକ, ଏ.ସି.ପି ପ୍ରଶାନ୍ତ ସେଠୀ, କର୍ମଚାରୀ ବିନୋଦ ସାହୁ, ସୁଦର୍ଶନ ଘଡେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ସେହିପରି ମା ବିଶ୍ୱତାରିଣୀ କଳାକାର ପରିଷଦ ହାଟଡିହି ପକ୍ଷରୁ ତେନ୍ତୁଲିନଣ୍ଡା ଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବ୍ଲକ କଳା, ସଂସ୍କୃତି ସଂଘର ଉପସଭାପତି ଦିବାକର ବାରିକ ଜାତୀୟ ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସର ଅଭିଭାଷଣ ରଖିଥିଲେ । ଏଥିରେ କଳାକାର ପରିଷଦର ସ୍ଥାୟୀ ସଭାପତି ଅଧିକାରୀ ନାୟକଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ । ସେହିପରି ବଡରମ୍ପାସ ପଞ୍ଚାୟତରେ ସରପଞ୍ଚ ରବିନ୍ଦ୍ର କୁମାର ଜେନା, ଇଞ୍ଚୋଳ ପଞ୍ଚାୟତରେ ସଶ୍ମିତା ମହାପାତ୍ର, ବଞ୍ଚୋ ପଞ୍ଚାୟତରେ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ପଞ୍ଚୁଗୋଛିଆ ପଞ୍ଚାୟତରେ ସରପଞ୍ଚ ଦିନେଶ କୁମାର ସେଠୀ, ବାଲିବରେଇ ପଞ୍ଚାୟତରେ ସରପଞ୍ଚ ହରପ୍ରୀୟା ଦଣ୍ଡପାଟ, ଢ଼େଙ୍କା ପଞ୍ଚାୟତରେ ସରପଞ୍ଚ ସୁବାସିନୀ ସେଠୀ, ପଢ଼ିଆରିପଲ୍ଲୀ ପଞ୍ଚାୟତରେ ସରପଞ୍ଚ ଅଜିତ ରାଉତ, ଶାଳଣିଆଁ ପଞ୍ଚାୟତରେ ସରପଞ୍ଚ , ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ଶାସଙ୍ଗ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ସେହିପରି ନିଉଦାନୀ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ବିଶିଷ୍ଟ ଶିକ୍ଷାବିତ ହରୋମାହନ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସ୍ୱାଧିନତା ଦିବସ ପାଳନର ମହତ୍ୱ ସମ୍ପର୍କରେ ଛାତୟଛାତୟୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଏଥିଲାଗି ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଅକ୍ଷୟ କୁମାର ବଳ, ସମ୍ମାନୀତ ଅତିଥି ଭାବେ ଅନାଦି ଚରଣ ବିନ୍ଧାଣୀ, ଅଲେଖ ଚନ୍ଦ୍ର ରାଉତ, ମନୋରଞ୍ଜନ ମିଶ୍ର, ରାଧାଶ୍ୟାମ ନାୟକରଞ୍ଜୁଲତା ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱାଧିନତା ଦିବସ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଶିଶୁ ବିକାଶ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ବିଜ୍ଞାନ ମେଳାରେ ୨ୟସ୍ଥାରନ ହାସଲ କରିଥିବା ଛାତ୍ର ସାବକ କୁମାର ସେଠୀଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ