ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପରଲୋକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସହରର ଜଣାଶୁଣା ସମାଜସେବୀ ତଥା ପ୍ଲସ ଟୁ କଲେଜର ଚତୁର୍ଥଶ୍ରେଣୀ କର୍ମଚାରୀ ସୁଶାନ୍ତ କୁମାର ସାହୁ ୫୧ ଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ଛ ଘଣ୍ଟା ପନ୍ଦର ମିନଟ ସମୟରେ ପରଲୋକ ଘଟିଛି । ସ୍ବର୍ଗତ ସାହୁଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ୧୩ ତାରିଖରେ ସମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ପରୀକ୍ଷାପରେ ଯାଂଡ଼ିସି ଓ ଡେଙ୍ଗୁ ପଜିଟିଭି ବାହାରିଥିଲା । ତାଙ୍କ ଶବକୁ ବେଲଗୁଣ୍ଠା ବ୍ଲକ ଛକରେ ଥିବା ତାଙ୍କ ବାସଭବନକୁ ଅଣାଯିବା ପରେ ଏକ ପଟୁଆରରେ ଗ୍ରାମ ପରିକ୍ରମା କରି ପୁରୀ ସ୍ୱର୍ଗଦ୍ଵାରରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ସୁଶାନ୍ତ ଅଂଚଳରେ ଜଣେ ପରଉପକାରୀ ବ୍ୟକ୍ତିଭାବେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ ।ତାଙ୍କ ମୃତୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏନେଇ ଆଜି ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଡ.ରଞ୍ଜନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସମସ୍ତ ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏକ ଶୋକ ସଭା ପାଳନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ