ପୂର୍ବତନ ଥାନା ଅଧିକାରୀ ଓ ଦୁଇ ହୋମଗାର୍ଡଙ୍କ ନାମରେ ଗଞ୍ଜେଇ ମାମାଲା ରଜ୍ଜୁ
ଫୁଲବାଣୀ, (ସୁନିଲ କୁମାର ବେହେରା):ବହୁ ଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣା ଅଭିଯୋଗରେ ନୀରିହ ଜନତାଙ୍କୁ ପୋଲିସର ବର୍ବର ମାଡକୁ ପ୍ରତିବାଦ କରି ଆସନ୍ତା ୨୮/୮/୨୦୨୩ ରେ ହେବାକୁ ଥିବା କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ୧୧ ଦଫା ଦାବୀ ନେଇ ବିରାଟ ଶୋଭାଯାତ୍ରା ଓ ପ୍ରତିବାଦ ସଭା lପୁର୍ବତନ ଥାନା ଅଧିକାରୀ ତପନ କୁମାର ନାହକ ଏବଂ ଦୁଇ ହୋମ ଗାର୍ଡ ପ୍ରଶାନ୍ତ କୁମାର ପାତ୍ର, ରବିନ୍ଦ୍ର କୁମାର ନାୟକଙ୍କ ନାମରେ ଗଞ୍ଜେଇ ମାମଲା ରୁଜୁ ପରେ କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ପ୍ରତିବାଦ ସଭା ସ୍ଥଗିତ ରଖାଗଲା ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କିନ୍ତୁ ସେମାନଙ୍କୁ ଯଦି ଗିରଫ କରାନଗଲେ ତାହା ହେଲେ ମିଳିତ ମଞ୍ଚ ପୁଣି ପ୍ରତିବାଦ ଶୋଭାଯାତ୍ରା କରିବ ବୋଲି କନ୍ଧମାଳ ମିଳିତ ମଞ୍ଚର ଆବାହକ ଲମ୍ବୋଦର କହଁର ଓ ସଭାପତି ସମୀର ଘଟାଲ ଓ ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ବେହେରା ଏବଂ କାର୍ମକର୍ତା ମାନେ ପ୍ରକାଶ କରିଛନ୍ତି ।


