ସାମୁଦ୍ରିକ ମତ୍ସ୍ୟଜୀବିଙ୍କ ନିମନ୍ତେ ମତ୍ସ୍ୟବିଭାଗ ପକ୍ଷରୁ ଏକ ସଚେତନତା ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା):ସାମୁଦ୍ରିକ ମତ୍ସ୍ୟଜୀବିଙ୍କ ନିମନ୍ତେ ମତ୍ସ୍ୟବିଭାଗ ପକ୍ଷରୁ ଏକ ସଚେତନତା ଶିବିର ଛତ୍ରପୁର ବ୍ଲକ ଅନ୍ତର୍ଗତ ନୋଳିଆ ନୂଆଗାଁ ସାମୁଦ୍ରିକ ମତ୍ସ୍ୟଜୀବି ସମବାୟ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ଅତିରିକ୍ତ ମତ୍ସ୍ୟ ଅଧିକାରୀ(ସାମୁଦ୍ରିକ) ସୁବତ୍ର ପଟ୍ଟନାୟକ ଅଧ୍ୟକ୍ଷତା କରି ଏହି ଶିବିରର ଲକ୍ଷ୍ୟ ଓ ଉଦେଶ୍ୟ ସଂପର୍କରେ ମତ୍ସ୍ୟଜିବିଙ୍କୁ ଆଲୋକପାତ କରିଥିଲେ । ୍ର ସରକାରଙ୍କ ପକ୍ଷରୁ ମତ୍ସ୍ୟଜୀବିଙ୍କ ପାଇଁ ଯେଉଁ ଯୋଜନା ରହିଛି ସେଗୁଡିକ ଉପରେ ଏହି ଶିବିରରେ ଆଲୋଚନା ହୋଇଥିଲା । ସହକାରୀ ମତ୍ସ୍ୟଅଧିକାରୀ ବିଶ୍ୱଭୂଷଣ ଜେନା ସଭାର ସଂଯୋଜନା କରିବା ସହ ଡଙ୍ଗା,ଜାଲ ଓ ଇଞ୍ଜିନ କିଣିଲେ କଣ ସବୁ ସବ୍ସିଡି ରହିଛି ସେସଂପର୍କରେ ଉପସ୍ଥିତ ମତ୍ସ୍ୟଜୀବିଙ୍କୁ ବୁଝାଇଥିଲେ । ଏହାସହ ଯେଉଁ ସମୟରେ ମତ୍ସ୍ୟଜୀବିମାନଙ୍କୁ ମାଛ ଧରିବା ପାଇଁ ବାରଣ କରାଯାଇଥାଏ ସେମାନଙ୍କ ଜୀବନଜିବିକା ଉପରେ ବିଶେଷ ପ୍ରଭାବିତ ହୋଇଥାନ୍ତି ଏହାକୁ ପରିବାର ପିଛା ୧୫ହଜାର ଟଙ୍କା ସହୟତାରାଶି ପ୍ରଦାନ କରାଯାଉଛି ବୋଲି କହିଥିଲେ । ସହକାରୀ ମତ୍ସ୍ୟ ଅଧିକାରୀ ପୂଜାରାଣି ସାହୁ, ସହକାରୀ ମତ୍ସ୍ୟ ଅଧିକାରୀ (ଗୋପାଳପୁର) ଖଗେନ୍ଦ୍ରନାଥ ରଣା, ପି.ସିମାଦ୍ରୀ, ଏ.କାଲେୟା ପ୍ରମୁଖ ମଚାଂସିନ ରହି ମତ୍ସ୍ୟଜୀବିଙ୍କ ଦାୟିତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ପଞ୍ଜିକରଣ ଠାରୁ ଆରମ୍ଭ କରି ବୀମା ଆଦି ସଂପର୍କରେ ମତ୍ସ୍ୟଜୀବିମାନଙ୍କୁ ବୈଠକରେ ଆଲୋକପାତ କରାଯାଇଥିଲା । ବୈଠକରେ ମତ୍ସ୍ୟଜୀବିମାନେ ମଧ୍ୟ ବହୁ ଦାବୀ ଉପସ୍ଥାପନା କରାଇଥିଲେ । ସେହି ଦାବୀଗୁଡିକ ସରକାରଙ୍କୁ ଅବଗତ କରାଯିବ ବୋଲି ମତ୍ସ୍ୟବିଭାଗ ପକ୍ଷରୁ କୁହାଯାଇଥିଲା । ଏହି ବୈଠକରେ ମତ୍ସ୍ୟ ସମବାୟ ସମିତିର ସଂପାଦକ ଏ.ଏରେୟା,ଅର୍ଦୁ କାଲେୟାଙ୍କ ସମେତ ବହୁ ମତ୍ସ୍ୟଜୀବିମାନେ ଉପସ୍ଥିତ ଥିଲେ । ଶେଷରେ ସହକାରୀ ମତ୍ସ୍ୟଅଧିକାରୀ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।


