ଶ୍ରୀ ବିନୋଦବିହାରୀ ମନ୍ଦିରରେ ଝୁଲଣ ଯାତ୍ରା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପବିତ୍ର ଶ୍ରାବଣ ଶୁକ୍ଳ ଏକାଦଶୀ ଉପଲକ୍ଷେ କେନ୍ଦ୍ରାପଡା ସହରର ଗଣାମାହାଲସ୍ଥିତ ଶ୍ରୀ ବିନୋଦବିହାରୀ ମନ୍ଦିରରେ ଶ୍ରୀରାଧାକୃଷ୍ଣଙ୍କର ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ରାଧାକୃଷ୍ଣଙ୍କୁ ଭୂଷିତ କରାଯାଇ ଝୁଲଣ ମଣ୍ଡପକୁ ବିଜେ କରାଯାଇଥିଲା । ଏହି ଝୁଲଣ ଯାତ୍ରା ୫ଦିନ ବ୍ୟାପୀ ପ୍ରତିଦିନ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଆସନ୍ତା ଗହ୍ମାପୂର୍ଣ୍ଣିମା ଦିନ ଏହା ଉଦ୍ଯାପିତ ହେବ । ଏହି ଅବସରରେ ଶ୍ରୀ ଶ୍ରୀ ବିନୋଦବିହାରୀଜୀୟୁ ଭଜନ ସନ୍ଧ୍ୟାର କଳାକାରମାନଙ୍କ ଦ୍ୱାରା ପ୍ରତିଦିନ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ପରିବେଷଣ ହେଉଥିବା ବେଳେ ଗହ୍ମାପୂର୍ଣ୍ଣିମା ଦିନ ଗୋକୁଳ ଚନ୍ଦ୍ର ସଂଙ୍ଗୀତ ସଦନ ଆନୁକୂଳ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।


