ଏନଏସି ବୁଲି ସ୍ଥିତି ପରଖିବା ସହ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ସହ ଆଲୋଚନା

ଛତ୍ରପୁର, (ଦେବଦତ୍ତ ମହାରଣା):କୋଭିଡ ମହାମାରୀ ସମୟରେ ସହରରେ ଗରିବ ମହିଳା ମାନଙ୍କୁ ମୁକ୍ତା ଯୋଜନାରେ ଆର୍ଥିକ ସ୍ୱାବଲମ୍ବୀ କରିବାରେ ବିଶେଷଭୁମିକା ଗ୍ରହଣ କରିଥିଲା । ମୁକ୍ତା ଯୋଜନା ଭାରତ ବର୍ଷରେ ଏକ ଐତିହାସିକ ଯୋଜନା ବୋଲି ଆଜି ଛତ୍ରପୁର ଗସ୍ତରେ ଆସିଥିବା ରାଜ୍ୟ ଉପଦେଷ୍ଟା ଇପ୍ସିତା ସାହୁ କହିଥିଲେ । ମୁକ୍ତା ଏବେ ରୋଜଗାରର ମାପଦଣ୍ଡ ପାଲଟିଛି । ସହରରେ ଗରିବ ଲୋକ ଓ ମିଶନଶକ୍ତି ମହିଳାଙ୍କୁ ଏହି ମୁକ୍ତା ଯୋଜାନରେ କାମ ଯୋଗାଇ ଆର୍ଥିକ ସହାୟକ ହୋଇପାରିଛି । ମୁକ୍ତା ଯୋଜନା ମାଧ୍ୟମରେ ଗଞ୍ଜାମ ଜିଲ୍ଲା ଭଲ କାମ କରୁଛି ବୋଲି କହିଥିଲେ । ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନୀ ମଣ୍ଡଳୀରେ କିପରି ମହିଳାମାନେ କାମ କରୁଛନ୍ତି ତାହାର ସ୍ଥିତି ଜାଣିବା ପାଇଁ ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାର ଉପଦେଷ୍ଟା ଇପ୍ସିତା ସାହୁ ଛତ୍ରପୁର ନିର୍ବାଚନୀ ମଣ୍ଡଳୀର ତିନି ଏନଏସି ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କ ସହ ଆଲୋଚନା କରିବା ସହ ମୁକ୍ତା ଯୋଜନା ସଂପର୍କରେ ମହିଳାଙ୍କ ବହୁ ପ୍ରଶ୍ନ ପଚାରିଥିଲେ । ମହିଳାମାନେ ମଧ୍ୟ ଏହି ଯୋଜନା ଦ୍ୱାରା କେତେ ଲାଭବାନ ହେଉଛନ୍ତି ତାହା କହିଥିଲେ । ଇପ୍ସିତା ସାହୁ ପ୍ରଥମେ ରମ୍ଭା,ଗଞ୍ଜାମ ଏନଏସି ବିଭିନ୍ନ ମୁକ୍ତା ଯୋଜନାରେ କରାଯାଉଥିବା ପ୍ରକଳ୍ପ ବୁଲିଦେଖିବାପରେ ଛତ୍ରପୁର ଏନଏସିକୁ ଆସିଥିଲେ । ଛତ୍ରପୁର ଏନଏସି କାର୍ଯ୍ୟାଳୟରେ ପହଂଚି ଚଳିତ ବର୍ଷ ମୁକ୍ତାରେ କେତେ ପ୍ରକଳ୍ପ ହାତକୁ ନିଆଯାଇଛି ନିର୍ବାହି ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁଙ୍କ ସହ ଆଲୋଚନା କରିଥିଲେ । ପରେ ୭ନଂ ୱାର୍ଡର ମିଶନଶକ୍ତି ଗୃହ,ପରେ ୧୧ ନଂ ୱାର୍ଡରଏକ୍ରାମ ନଗର ଓପେନ ଜିମ ପରିଦର୍ଶନ କରି ସେଠାରେ କାମ କରୁଥିବ ମହିଳା ମାନଙ୍କ ସହ ଆଲୋଚନା କରିଥିଲେ ପରେ ୧ନଂ ୱାର୍ଡର ପୁତିଗୋପାଳପୁର ପୋଖରୀ ସୈାନ୍ଦର୍ଯ୍ୟକରଣ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ବେଳେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,୧୧ନଂ କାଉନସିଲର ସନ୍ତୋଷୀ ସେଠୀଙ୍କ ସମେତ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଏନଏସି କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଥାଉକି ଛତ୍ରପୁର ନିର୍ବାଚନ ମଣ୍ଡଳୀର ତିନି ଏନଏସିରେ ୫୫ଟି ପ୍ରକଳ୍ପ ପାଇଁ ୫.୨୪ କୋଟି ଅନୁଦାନ ଆସିଥିବା ବେଳେ ସେଥିମଧ୍ୟରୁ ଛତ୍ରପୁର ୧୭ ଟି ପ୍ରକଳ୍ପ ୨କୋଟି ୨୦ଲକ୍ଷ, ଗଞ୍ଜାମ ୨୦ ଟି ପ୍ରକଳ୍ପ ୧କୋଟି ୯୦ଲକ୍ଷ ଓ ରମ୍ଭା ଏନଏସିରେ ୧୮ଟି ପ୍ରକଳ୍ପ ୧କୋଟି ୧୪ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ମୁକ୍ତା ଯୋଜାନରେ ମିନି ପାର୍କ,ମୁକ୍ତାକାଶ ଜିମ, ଖେଳପଡିଆ, ୱାକିଂ ଟ୍ରାକ୍‌, ଭେଣ୍ଡିଂ ଜୋନ,ବହୁମୁଖୀ କମ୍ୟୁନିଟି ହଲ, ସହରର ସୈାନ୍ଦର୍ଯ୍ୟ କରଣ ପ୍ରକଳ୍ପ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ