ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମ ଉଦଯାପିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ଆୟୋଜିତ ୨ ଦିନିଆ ନିଖିଳ ଉତ୍କଳ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଯାଇଛି। ସ୍ଥାନୀୟ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମର ୨ୟ ଦିବସ ସାନ୍ଧ୍ୟ କାଳୀନ କାର୍ଯ୍ୟକ୍ରମ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ. ସୋନାଲ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନୀଳମାଧବ ଭୋଇ, ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଆସିକା ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକ ପ୍ରିୟରଞ୍ଜନ ପୃଷ୍ଟି, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ପୈରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ ଓ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ରାଷ୍ଟ୍ରରେ ଶ୍ରେଷ୍ଠ ବ୍ଳକ ଭାବେ ପୁରସ୍କୃତ ହୋଇଥିବାରୁ ବ୍ଳକ୍ ଅଧ୍ୟକ୍ଷା ସରସ୍ବତୀ ସେଠି, ବିଡିଓ ସୁବ୍ରତ କୁମାର ଜେନାଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରୁଥିବା ସାମାଜିକ ଅନୁଷ୍ଠାନ ତ୍ରିରଙ୍ଗା ସେବା ସଂଘକୁ ସମ୍ମାନିତ କରାଯାଇଥିଲା। ହିଞ୍ଜିଳିକାଟୁ ପୌରାଞ୍ଚଳରେ ସ୍ବଚ୍ଛ ସଚେତନତା ଦିଗରେ ପ୍ରଚାର ପ୍ରସାର କରିବା ପାଇଁ ରାଜେନ୍ଦ୍ର ପଣ୍ଡା ଓ ନିଳାଞ୍ଚଳ ସାହୁଙ୍କୁ ପୌର ପରିଷଦ ପକ୍ଷରୁ ସମ୍ମାନିତ କରାଯାଇଥିଲା। ପୂର୍ବରୁ ଆୟୋଜିତ ବକୃତା, ପ୍ରବନ୍ଧ, ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗୀତାରେ ବରିଷ୍ଠ ଓ କନିଷ୍ଠ ବିଭାଗର ୨୨ ଜଣ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ପରିଶେଷରେ ପୌର ପରିଷଦର ସଫଳ ରୂପାୟନ ସମ୍ବନ୍ଧୀୟ ଏକ ଡକ୍ୟୁମେଣ୍ଟାରୀ ଭିଡିଓ ପ୍ରଦର୍ଶିତ କରାଯାଇଥିଲା। କାର୍ଯ୍ୟକ୍ରମର ୨ୟ ଭାଗରେ ନୃତ୍ୟମ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ ସହ ଲକ୍ଷ୍ମୀ ନୃସିଂହ କଳାମନ୍ଦିର, ଓମ୍ ଶ୍ରୀ ଇଣ୍ଟରନ୍ୟାସନାଲ ସ୍କୁଲ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷାର୍ଥୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରିଶେଷରେ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଏଡିଏମ ଦୟାସିନ୍ଧୁ ପରିଡ଼ା, ଆସିକା ଏସଡିପିଓ ଉମାଶଙ୍କର ସିଂ, ତହସିଲଦାର ସୁନିଲ କୁମାର ପ୍ରଧାନ, ଥାନା ଆଇଆଇସି ଅଭିମନ୍ୟୁ ଦାସ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଅଜୟ ମହାରଣା, ଓଡ଼ିଶା ମୋ ପରିବାର ସମ୍ପାଦକ ନୀଳମଣି ପଟ୍ଟନାୟକ, ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ପ୍ରଦୀପ କୁମାର ପଣ୍ଡା, କିରଣ ପଟ୍ଟନାୟକଙ୍କ ସମେତ କାଉନସିଲର ବୃନ୍ଦ, ବହୁ ଜନ ପ୍ରତିନିଧି, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ଦିଲ୍ଲିପ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ପୌର କର୍ମଚାରୀ ସହଯୋଗ କରିଥିଲେ ।


