ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳିତ ହେଲା ଜନ୍ମାଷ୍ଟମୀ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ପରମ ପୁରୁଷ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ସ୍ଥାନରେ ଧୂମଧାମରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି I ବିଶେଷ କରି ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ କୁନିକୁନି ଛାତ୍ରଛାତ୍ରୀଙ୍କ ରାଧାକୃଷ୍ଣ ବେଶ ସମସ୍ତଙ୍କ ମନମୋହି ନେଇଛି I ଏହି ଅବସରରେ ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଣ୍ଢେଇ ପ୍ରତିଯୋଗିତା ଏବଂ ରାଧାକୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ ଏବଂ ଅନୁଷ୍ଟାନ ସମ୍ପାଦକ ସୀମାଞ୍ଚଳ ପୃଷ୍ଟିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ସ୍ଥାନୀୟ ସମିତିସଭ୍ୟ ପ୍ରତିନିଧି ଅର୍ଜୁନ ବିଷୋୟୀ, ଉପେନ୍ଦ୍ରଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା,ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଯୋଗଦେଇ ଜନ୍ମାଷ୍ଟମୀ ଉତ୍ସବ ପାଳନର ମହତ୍ତ୍ୱ ସମ୍ପର୍କରେ କହିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନ ସହସମ୍ପାଦକ ପୁରୁଷୋତ୍ତମ ବିଷୋୟୀ, କମିଟି ସଦସ୍ୟ ଦିବାକର ବିଷୋୟୀ, ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I କାର୍ଯ୍ୟକ୍ରମରେ ଅନୁଷ୍ଠାନର ଗୁରୁଜୀ ମିଥୁନ୍,ଗଣେଶ,ପବିତ୍ରମୋହନ,ଦେବାଶିଷ,ବିଶ୍ୱରଞ୍ଜନ,ଗୁରୁମାପ୍ରତିମା,ରିନା,ସନ୍ତୋଷୀ,ମିତାଲି,ସନ୍ତୋଷିନୀ,ସୁଜାତା,ତେଜ,ସୁଜ୍ଞାନୀ,ବୈଷ୍ଣବୀ,ଝାନସୀ,ବୈଶାଖୀ,ଲିଜା,ଆରତୀ,ଜ୍ଯୋସ୍ନା ପ୍ରମୁଖ ସହଯୋଗ କରିଥିଲେ I ସମ୍ପାଦକ ସୀମାଞ୍ଚଳ ପୃଷ୍ଟି ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ