ସୁମିତ୍ରା ପାତ୍ର ଗଞ୍ଜାମ ଥାନାର ନୂତନ ଆଇଆଇସି
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଥାନାର ନୂତନ ଆଇଆଇସି ରୂପେ ସୁମିତ୍ରା ପାତ୍ର ଆଜି ଦାଇତ୍ଵ ଗ୍ରହଣ କରିଛନ୍ତି। ଏଠାରେ ପୂର୍ବରୁ ଥିବା ସନ୍ତୋଷ କୁମାର ବେହେରାଙ୍କୁ ଭୁବନେଶ୍ୱର କମିଶନରରେଟ କୁ ବଦଳି ହୋଇଛି। ଦାଇତ୍ୱ ଗ୍ରହଣ କରିଥିବା ଆଇଆଇସି ପାତ୍ର ଲୋକଙ୍କୁ ଉତ୍ତମ ଵ୍ୟଵହାର ସହିତ ଲୋକେ ଥାନାକୁ ନୁହେଁ , ଥାନା ଲୋକଙ୍କ ପାଖକୁ ଯିବା ବୋଲି କହିବା ସହ ଆଇନଶୃଙ୍ଖଳା , ପେଟ୍ରୋଲିଙ୍ଗ ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି । ନୂତନ ଆଇଆଇସିଙ୍କୁ ପୋଲିସ କର୍ମଚାରୀ, ସାମ୍ବାଦିକ, ବ୍ୟବସାୟୀ ସଂଘ, ଓ ବିଭିନ୍ନ ରାଜନୈତିକ ଦଳ ଓ ଵର୍ଗର ଲୋକେ ଭେଟି ଶୁଭେଚ୍ଛା ଜଣାଇଥିଲେ।