ଗାନ୍ଧୀ ପ୍ରତିମୂର୍ତ୍ତି ଆଗରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଓଡ଼ିଶା ରାଜ୍ୟ ଚୟନ ବୋର୍ଡ଼ ଅଧ୍ୟାପକ ସଂଘର ନିଷ୍ପତ୍ତି କ୍ରମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ , ଭଞ୍ଜନଗର ର ୩୩ ଜଣ ଏସ୍ . ଏସ୍ . ବି ଅଧ୍ୟାପକ ଓ ଅଧ୍ୟାପିକାମାନେ ଗତ ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଠାରୁ ଗ୍ରେଡ୍ ପେ’ ସଂଶୋଧନ ଦାବିରେ କଳା ବ୍ୟାଜ୍ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ପ୍ରତୀକାତ୍ମକ ପ୍ରତିବାଦ କରି ଆସୁଛନ୍ତି । ୨୦୧୬ ରୁ ୨୦୨୨ ମସିହା ମଧ୍ୟରେ ରାଜ୍ୟ ସିଲେକ୍ସନ୍ ବୋର୍ଡ଼ ଦ୍ଵାରା ରାଜ୍ୟରେ ଥିବା ବିଭିନ୍ନ ବେସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ଖାଲିଥିବା ଅଧ୍ୟାପକ ପଦ ପୂରଣ କରାଯାଇ ପ୍ରାୟ ୩ ହଜାରରୁ ଉର୍ଦ୍ଧ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହି ଅଧ୍ୟାପକ ଓ ଅଧ୍ୟାପିକା ମାନେ ୪୬୦୦ ଗ୍ରେଡ୍ ପେ’ ପରିବର୍ତ୍ତେ ୫୪୦୦ ଗ୍ରେଡ୍ ପେ’ କୁ ବୃଦ୍ଧି କରିବା ନିମନ୍ତେ ଦୀର୍ଘ ୭ ବର୍ଷ ଧରି ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ । ନିକଟରେ ଗଣଶିକ୍ଷା ବିଭାଗ ଦ୍ଵାରା ଯୁକ୍ତଦୁଇ ଶିକ୍ଷାଦାନ ନିମନ୍ତେ ନିଯୁକ୍ତି ଦିଆଯାଇଥିବା ପି.ଜି. ଟି. ଙ୍କ ଗ୍ରେଡ୍ ପେ’ ୪୬୦୦ ଥିବାବେଳେ ଉଚ୍ଚଶିକ୍ଷା ଅଧୀନରେ ନିଯୁକ୍ତି ହୋଇଥିବା ଏସ୍. ଏସ୍ . ବି ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଗ୍ରେଡ୍ ପେ’ ମଧ୍ୟ ୪୬୦୦ । ଏହି ପ୍ରତିବାଦରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ , ଭଞ୍ଜନଗର ର ୩୩ ଜଣ ଏସ୍ . ଏସ୍ . ବି ଅଧ୍ୟାପକ ଓ ଅଧ୍ୟାପିକାମାନେ ଓଡ଼ିଶା ରାଜ୍ୟ ଏସ୍ . ଏସ୍ . ବି ମହାସଂଘର ନିଷ୍ପତ୍ତି ଅନୁଯାୟୀ ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ କଳା ବ୍ୟାଜ୍ ପରିଧାନ ଏବଂ ପରବର୍ତ୍ତୀ ସମୟ ଅର୍ଥାତ୍ ୨ୟ ସପ୍ତାହ ଠାରୁ କଳା ବ୍ୟାଜ୍ ପରିଧାନ ସହ ଗାନ୍ଧୀ ପ୍ରତିମୂର୍ତ୍ତି ଆଗରେ ଅଧ୍ୟାପକ ଓ ଅଧ୍ୟାପିକାମାନେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରି ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ